ବର୍ବରକାଣ୍ଡ: ୨ ନାବାଳକ ଭାଇଙ୍କୁ ପିଟିପିଟି ନିଆଁରେ ଫିଙ୍ଗିଦେଲେ

ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦାନୋଝାଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳଗଦା ଜାଳି ଦେଇଥିବା କହି ଗାଁର ଦୁଇଜଣ ବ୍ୟକ୍ତି ଜଣେ ନାବାଳକଙ୍କୁ ପିଟିପିଟି ଜଳନ୍ତା ପାଳଗଦାରେ ଫିଙ୍ଗି ଦେଇଛନ୍ତି।

hfkhkhkfhfk

ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦାନୋଝାଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳଗଦା ଜାଳି ଦେଇଥିବା କହି ଗାଁର ଦୁଇଜଣ ବ୍ୟକ୍ତି ଜଣେ ନାବାଳକଙ୍କୁ ପିଟିପିଟି ଜଳନ୍ତା ପାଳଗଦାରେ ଫିଙ୍ଗି ଦେଇଛନ୍ତି। ନାବାଳକଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ବଡ଼ଭାଇ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବୁଧବାର ଅପରାହ୍‌ଣରେ ଦାନୋଝାଲା ଗ୍ରାମର କେଶବ ନାଗଙ୍କ ଦୁଇ ପୁଅ ଭୀଷ୍ମ ନାଗ (୭) ଓ ବୁଦ୍ଧଦେବ ନାଗ (୧୫) ଘରେ ଥିଲେ। ଭୀଷ୍ମ ଝାଡ଼ା ଯାଉଛି କହି ଘରୁ ବାହାରିଥିଲା। ଏହି ସମୟରେ କୁଶ କେତକିଙ୍କ ପାଳଗଦାରେ ନିଆଁ ଲାଗିଥିଲା। ଭୀଷ୍ମ ଏହି ପାଳଗଦା ନିକଟରେ ଥିବା ଦେଖି ସେ ପାଳଗଦା ଜାଳିଦେଇଥିବା କହି କୁଶ ରାଗରେ ଭୀଷ୍ମକୁ ଗାଳିଗୁଲଜ କରିବା ସହ ମାରପିଟ କରିଥିଲା। ଏଥିରେ ସେ ଶାନ୍ତ ହୋଇନଥିଲା।

ଭାଇ ଅର୍ଜୁନ କେତକି ସହ ମିଶି ନାବାଳକ ଭୀଷ୍ମଙ୍କୁ ଜଳନ୍ତା ପାଳଗଦାରେ ଫିଙ୍ଗି ଦେଇଥିଲେ। ଏ ସଂପର୍କରେ ଜାଣିପାରି ବଡ଼ଭାଇ ବୁଦ୍ଧଦେବ ସେଠାରେ ପହଞ୍ଚି ଭୀଷ୍ମକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ହେଲେ କୁଶ ଓ ଅର୍ଜୁନ ସେଠାରେ ବୁଦ୍ଧଦେବଙ୍କୁ ମଧ୍ୟ ମାର୍‌ପିଟ୍‌ କରି ଜଳନ୍ତା ପାଳଗଦାରେ ଫିଙ୍ଗି ଦେଇଥିଲେ। ତେବେ କୌଣସି ମତେ ଦୁଇଭାଇ ନିଆଁରୁ ବାହାରିଥିଲେ। ପରେ ପରିବାର ଲୋକ ଦୁଇ ଭାଇଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋମନା ଡାକ୍ତରଖାନା ଓ ପରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ବାପା କେଶବ ନାଗଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଖୋଜୁଛି। ଗୁରୁତର ୨ ନାବାଳକ ଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe