୫ ହଜାର ଚୋରି ସନ୍ଦେହରେ ବର୍ବର କାଣ୍ଡ: ନାବାଳକ ପୁଅକୁ ପିଟିପିଟି ବେହୋସ କଲା ବାପା

Advertisment

ନାବାଳକ ପୁଅକୁ ପିଟିପିଟି ରକ୍ତାକ୍ତ କରି ଅଚେତ କରିଦେବା ପରେ ବୈତରଣୀ ନଦୀରେ ଫିଙ୍ଗି ଦେବାକୁ ଉଦ୍ୟମ କରିଛି ନୃଶଂସ ବାପା। କେତେଜଣ ଯୁବକଙ୍କ ନଜରରେ ପଡ଼ିଯିବାରୁ ସେମାନେ ସଙ୍କଟାପନ୍ନ ଅବସ୍ଥାରେ ନାବାଳକକୁ ସେଠାରୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥି‌ଲେ।

Updated On

ନାବାଳକ ପୁଅକୁ ପିଟିପିଟି ରକ୍ତାକ୍ତ କରି ଅଚେତ କରିଦେବା ପରେ ବୈତରଣୀ ନଦୀରେ ଫିଙ୍ଗି ଦେବାକୁ ଉଦ୍ୟମ କରିଛି ନୃଶଂସ ବାପା। କେତେଜଣ ଯୁବକଙ୍କ ନଜରରେ ପଡ଼ିଯିବାରୁ ସେମାନେ ସଙ୍କଟାପନ୍ନ ଅବସ୍ଥାରେ ନାବାଳକକୁ ସେଠାରୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥି‌ଲେ।

ଅଦ୍ୟତନ ହୋଇଛି
fssfsfsf

ଆନନ୍ଦପୁର: ନାବାଳକ ପୁଅକୁ ପିଟିପିଟି ରକ୍ତାକ୍ତ କରି ଅଚେତ କରିଦେବା ପରେ ବୈତରଣୀ ନଦୀରେ ଫିଙ୍ଗି ଦେବାକୁ ଉଦ୍ୟମ କରିଛି ନୃଶଂସ ବାପା। କେତେଜଣ ଯୁବକଙ୍କ ନଜରରେ ପଡ଼ିଯିବାରୁ ସେମାନେ ସଙ୍କଟାପନ୍ନ ଅବସ୍ଥାରେ ନାବାଳକକୁ ସେଠାରୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥି‌ଲେ। ଅବସ୍ଥା ଗୁରୁତର ଥିବାରୁ ପିଲାଟିକୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ସଂପୃକ୍ତ ନାବାଳକର ବାପା ଶିଶିର ପାତ୍ରକୁ ଗିରଫ କରିଛି। 

ନଦୀରେ ଫିଙ୍ଗିଦେବାକୁ ଉଦ୍ୟମବେଳେ ଉଦ୍ଧାର

ଘସିପୁରା ଥାନା ଗୋହିରା ପଞ୍ଚାୟତ ଇନ୍ଦୁପୁରା ଗ୍ରାମରେ ଇଟାଭାଟିରେ ରହି କାମ କରୁଥିଲେ ଶିଶିର ପାତ୍ରଙ୍କ ପରିବାର। ତାଙ୍କ ଘରେ ଥିବା ୫ ହଜାର ଟଙ୍କା ଚୋରି ହୋଇଯାଇଥିଲା। ନାବାଳକ ସାନପୁଅ ଆକାଶ ପାତ୍ର (୧୨) ଏହି ୫ ହଜାର ଟଙ୍କା ନେଇ ଯାଇଥିବା ସନ୍ଦେହ କରି ଶିଶିର ତାକୁ ଗତକାଲି ସନ୍ଧ୍ୟାରେ ପିଟିପିଟି ଦରମରା କରିଦେଇଥିଲେ। ପିଲାଟିର ମୃତ୍ୟୁ ହୋଇଯାଇଥିବା ଭାବି ତାକୁ ଧରି ବୈତରଣୀ ବ୍ୟାରେଜ୍ ନିକଟରେ ନଦୀକୁ ଫିଙ୍ଗି ଦେବାକୁ ଆଣିଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଦୁଇଜଣ ଯୁବକଙ୍କର ସନ୍ଦେହ ହେବାରୁ ସେମାନେ ଘଟଣା ସମ୍ପର୍କରେ ପଚାରିଥିଲେ। ଦୁର୍ଘଟଣାରୁ ପିଲାଟିର ଏଭଳି ଅବସ୍ଥା ହୋଇଥିବା କହିବାରୁ ସେମାନଙ୍କର ସନ୍ଦେହ ହୋଇଥିଲା। ଯୁବକଦ୍ବୟ ତୁରନ୍ତ ନାବାଳକକୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ। ଏହି ଘଟଣାରେ ପୁଲିସ ନାବାଳକର ବାପା ଶିଶିର ପାତ୍ରକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe