ଘରେ ପଶି ଲୁଟ୍‌, ବୃଦ୍ଧାଙ୍କୁ ନିର୍ମମ ହତ୍ୟା

Advertisment
ଥଣ୍ଡା ବ୍ରେଡ୍‌ ପାଇଁ ମହାଅନର୍ଥ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର, ଘର ଜଳିଗଲା

Times of India

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ ଲୁଟେରା ଗ୍ୟାଙ୍ଗ୍ ଗତକାଲି ରାତିରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଜଣେ ବୃଦ୍ଧାଙ୍କ ଘରେ ପଶି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେବା ସହ ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଲେ, ବି.ଆଡ଼ି ପାତ୍ର। ମୃତା ଆଡ଼ି ଭୀଷ୍ମଗିରି କଲେଜ ଛକ ନିକଟରେ ସ୍ବାମୀ ବି.ରାମେୟା ପାତ୍ରଙ୍କ ସହ ରହୁଛନ୍ତି। ରାମେୟା ଘର ବାରଣ୍ଡାରେ ଶୋଇଥିବା ବେଳେ ଆଡ଼ି ଭିତରେ ଶୋଇଥିଲେ। ଏହିସମୟରେ ଦୁର୍ବୃତ୍ତମାନେ ଘରର ପଛ କବାଟ ଭାଙ୍ଗି ପଶି ଆଲମିରାରେ ଥିବା ନଗଦ ୫୦ ହଜାର ଟଙ୍କା ଓ ୩ ଭରି ସୁନା ଅଳଙ୍କାର ନେଇଯାଇଥିଲେ। ଏହାସହ ଆଡ଼ି କାନରେ ପିନ୍ଧିଥିବା ଝୁମୁକା ଓ ନାକର ନଥକୁ ଟାଣି ନେଇଥିଲେ। ସେ ପ୍ରତିରୋଧ କରିବାରୁ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ସହ ହତ୍ୟା କରିବା ପ‌‌ରେ ଫେରାର୍ ହୋଇଯାଇଥିଲେ। ଦିଗପହଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସହ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରା  ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe