ଭୁବନେଶ୍ୱର : ଏସ୍ସିବି ମେଡିକାଲ କଲେଜରେ ଏସ୍ସିବି କଲେଜ ଅଫ ନର୍ସିଂ ଖୋଲିବ। ଏଥିରେ ୧୦୦ ସିଟ୍ ବିଶିଷ୍ଟ ବିଏସ୍ସି ନର୍ସିଂ ପାଠ୍ୟକ୍ରମ ଆରମ୍ଭ କରାଯିବ। ଆସନ୍ତା ୨୦୧୮/୧୯ ଶିକ୍ଷାବର୍ଷରୁ ନାମ ଲେଖା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। ଏହି କଲେଜ ପାଇଁ ନୂତନ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଅନ୍ୟାନ୍ୟ ଆନୁସାଙ୍ଗିକ ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ଵିତ କରାଯାଇଛି। ଖୁବଶୀଘ୍ର ଏହି ନବନିର୍ମିତ ଗୃହ ଉଦ୍ଘାଟିତ ହେବ। ଏଥିପାଇଁ ଆବଶ୍ୟକ ଏସେନସିଆଲିଟି ପ୍ରମାଣପତ୍ର ଓ ଏନ୍ଓସି ରାଜ୍ୟ ସରକାର ପ୍ରଦାନ କରିଥିବା ସେ ସୂଚନା ଦେଇଛନ୍ତି।
ସେହିପରି ଭିମସାରରେ ୫୦ ସିଟ୍ ବିଶିଷ୍ଟ ବେସିକ ବିଏସ୍ସି ନର୍ସିଂ ଓ ୨୫ ସିଟ୍ ଲେଖାଏଁ ବିଏସ୍ସି ନର୍ସିଂ ଓ ଏମ୍ଏମ୍ସି ନର୍ସିଂ ଖୋଲିବ। ଏଥିପାଇଁ ଏସେନସିଆଲଟି ପ୍ରମାଣପତ୍ର ଓ ଏନ୍ଓସି ପ୍ରଦାନ କରାଯାଇଛି। ୨୦୧୮/୧୯ ଶିକ୍ଷାବର୍ଷରୁ ଏଠାରେ ଉପରୋକ୍ତ ପାଠ୍ୟକ୍ରମରେ ନାମ ଲେଖାଯିବ ବୋଲି ଶ୍ରୀ ଜେନା କହିଛନ୍ତି।
Follow Us