ବିଏସ୍‌ଇ ଓ ସିଏଚ୍‌ଏସଇ ମିଶି ହୋଇଯିବ ଗୋଟାଏ ବୋର୍ଡ

ଏଣିକି ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌ (ବିଏସ୍‌ଇ) ଏବଂ କାଉନ୍‌ସିଲ୍‌ ଅଫ୍‌ ସେକେଣ୍ଡାରି ‌ଏଜୁକେସନ୍‌ (ସିଏଚ୍‌ଏସ୍‌ଇ)କୁ ଗୋଟିଏ ବୋର୍ଡ ଗଠନ ହେବ। ଗୋଟିଏ ବୋର୍ଡର ନିୟମ ଆଧାରରେ ରହିବେ ଅଧିକାରୀ।

New Project (52)

ଭୁବନେଶ୍ବର: ଏଣିକି ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌ (ବିଏସ୍‌ଇ) ଏବଂ କାଉନ୍‌ସିଲ୍‌ ଅଫ୍‌ ସେକେଣ୍ଡାରି ‌ଏଜୁକେସନ୍‌ (ସିଏଚ୍‌ଏସ୍‌ଇ)କୁ ଗୋଟିଏ ବୋର୍ଡ ଗଠନ ହେବ। ଗୋଟିଏ ବୋର୍ଡର ନିୟମ ଆଧାରରେ ରହିବେ ଅଧିକାରୀ।

ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଳିତ ଗୋଟିଏ ବୋର୍ଡ ଗଠନ କରିବା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଗୋଟିଏ ବୋର୍ଡ ଗଠନ ହେଲେ ବୋର୍ଡ ନିୟମ ଆଧାରରେ କର୍ମଚାରୀ ରହିବେ। ନୂଆ ଶିକ୍ଷାନୀତି ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକତା ଅନୁସାରେ ଆଗକୁ ନିଷ୍ପତ୍ତି ନିଆଯିବ ଓ ଆଲୋଚନା ହେବ।

କଟକରେ କି ଭୁବନେଶ୍ୱରରେ କାର୍ଯ୍ୟାଳୟ ହେବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରାଯିବ। ଖାଲିଥିବା ଶିକ୍ଷକ ପଦବୀ ପୂରା ହେବ। ପ୍ରତିବର୍ଷ ୧୫ ହଜାର ଶିକ୍ଷକ ଓ ଆସନ୍ତା ୩ ବର୍ଷ ଭିତରେ ୪୪ ହଜାର ୪୩୩ ପଦବୀ ପୁରା କରିବାକୁ ମୁଖ୍ୟମନ୍ତ୍ରୀ ଆଲୋଚନା କରି ନିଷ୍ପତ୍ତି ନେଇଛନ୍ତି । ୪୫ ହଜାର ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଆଗକୁ ଶିଶୁ ସେବିକା ନିଯୁକ୍ତି ହେବେ।  ସରକାରୀ ଓ ଆଡେଡ଼ ସ୍କୁଲରେ ନବମ ଓ ଦଶମ ଶ୍ରେଣୀପିଲାଙ୍କୁ ମାଗଣାରେ ମିଳିବ ବହି। ହଷ୍ଟେଲ ପିଲାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଚିନ୍ତା କରି ସରକାର ଗୁରୁତ୍ୱ ଦେଇ ୩୦୦ ପିଲାଙ୍କ ପାଇଁ ଜଣେ ଏଏନ୍‌ଏମ୍‌ ନିଯୁକ୍ତି ଦେବ ସ୍କୁଲ ଓ ଗଣଶିକ୍ଷା ବିଭାଗ ।

ଯେହେତୁ ମୁଖ୍ୟମନ୍ତ୍ରୀ ନିଜେ ଜଣେ ଶିକ୍ଷକ ଥିଲେ; ତେଣୁ ପ୍ରାଥମିକ ଶିକ୍ଷା ସୁଦୃଢ଼ କରିବାକୁ ପ୍ରଚେଷ୍ଟା କରୁଛନ୍ତି । ସମୟସୀମା ମଧ୍ୟରେ କାମ ହେବ, ଏନେଇ ଆମେ ତତ୍ପର ଅଛୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe