ତାଲାବନ୍ଦ ଉଠିବା ପରେ ଆରମ୍ଭ ହେବ ମାଟ୍ରିକ୍ ଖାତା ଦେଖା, ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି

Advertisment
ପ୍ରଥମ ଅର୍ଦ୍ଧବାର୍ଷିକ ଓଡ଼ିଆ ଭା‌ଷା ପରୀକ୍ଷା ୧୨ରେ

image source- bseodisha.ac.in

କଟକ: ତାଲାବନ୍ଦ ଉଠିବା ପରେ ମାଟ୍ରିକ୍ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ତେବେ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଇନଥିବା ବେଳେ ଲକଡାଉନ କଟକଣା ହଟିବା ପରେ ମାଟ୍ରିକ ଉତ୍ତର ଖାତା ମୂଲ୍ୟାୟନ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଖୁବ୍ ଶୀଘ୍ର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିପାରେ।
ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ସଭାପତିଙ୍କ କହିବା ଅନୁସାରେ, ଚଳିତ ବର୍ଷ ମାଟ୍ରିକ୍ ଖାତା ଦେଖା ବିଳମ୍ବିତ ହୋଇଛି । ମାତ୍ରା ତାଲାବନ୍ଦ କଟକଣା ହଟିବା ପରେ ଏନେଇ ତୁରନ୍ତ ବ୍ୟବସ୍ଥା କରାଯିବ । ଏଥିସହ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ମଧ୍ୟ ବୃଦ୍ଧି କରାଯିବା ସହ ଖାତା ମୂଲ୍ୟାୟନକାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ସଭାପତି ଏହି ସୂଚନା ଦେଇଛନ୍ତି ।

ତୁରନ୍ତ ଖାତା ଦେଖା ସାରିବା ପାଇଁ ବିଭାଗ ପକ୍ଷରୁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ ଉଭୟ ମୂଲ୍ୟାୟନ କେନ୍ଦ୍ର ଓ ମୂଲ୍ୟାୟାନକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସ୍ଥିର ହୋଇଛି। ପୂର୍ବରୁ ୬୧ଟି ମୂଲ୍ୟାୟନ କେନ୍ଦ୍ର ହୋଇଥିଲା, ଏବେ ଏହି ସଂଖ୍ୟାକୁ ବୃଦ୍ଧି କରିବାକୁ ଯୋଜନା ହୋଇଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ଏଥରକ ମୂଲ୍ୟାୟନକାରୀଙ୍କ ସଂଖ୍ୟା ବଢ଼ିବ। ତାଲିକାରେ ଥିବା ମୂଲ୍ୟାୟନକାରୀଙ୍କ ବ୍ୟତୀତ ଅପେକ୍ଷାରତ ତାଲିକାରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବି ଡକାଯାଇପାରେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe