କମ୍ବିଙ୍ଗ ଅପରେସନ ବେଳେ ବାଇକରୁ ଖସି ପଡ଼ି ବିଏସଫ କମାଣ୍ଡାଣ୍ଟଙ୍କ ମୃତ୍ୟୁ

Advertisment
କମ୍ବିଙ୍ଗ ଅପରେସନ ବେଳେ ବାଇକରୁ ଖସି ପଡ଼ି ବିଏସଫ କମାଣ୍ଡାଣ୍ଟଙ୍କ ମୃତ୍ୟୁ

update odisha

କାଲିମେଳା : ଆଜି ଭୋର ୩ଟା ସମୟରେ କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି ୨୧ଠାରେ ମୁତୟନ ଥିବା ୭୬ ବାଟାଲିୟନ ବିଏସଫର କମାଣ୍ଡାଣ୍ଟ ରାକେଶ କୁମାର (୪୮) ନିଜ ସାଥୀମାନଙ୍କ ସହିତ ନିକଟସ୍ଥ ଜଙ୍ଗଲକୁ କମ୍ବିଙ୍ଗ ଅପରେସନରେ ଯାଇଥିଲେ। ତେବେ କୌଣସି କାରଣରୁ ବାଇକରୁ ଖସି ରାକେଶ କୁମାର ତଳେ ପଡି ଯାଇଥିଲେ। ଏହାଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ତାଙ୍କୁ ତୁରନ୍ତ ଏମପିଭି ୨୧ରେ ଥିବା ବିଏସଫ କ୍ୟାମ୍ପକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ସେଥିରେ ସୁଧାର ନ ଆସିବାରୁ ତାଙ୍କୁ କାଲିମେଳା ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବିଏସଫ କମାଣ୍ଡାଣ୍ଟଙ୍କ ଘର ରାଜସ୍ଥାନ ବୋଲି ଜଣା ପଡିଛି। ଆଜି ତାଙ୍କ ମୃତଶରୀର ରାଜସ୍ଥାନକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ବିଏସଫ ଅଧିକାରୀଙ୍କଠାରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe