ସ୍ବାଭିମାନ ଅଞ୍ଚଳରେ ମୂଳପୋଛ ହେବେ ନକ୍ସଲ

Advertisment

ସମୀକ୍ଷା କଲେ ବିଏସ୍‌ଏଫ୍‌ ଡିଜି ଓ ଏଡିଜି

ସମୀକ୍ଷା କଲେ ବିଏସ୍‌ଏଫ୍‌ ଡିଜି ଓ ଏଡିଜି

ସ୍ବାଭିମାନ ଅଞ୍ଚଳରେ ମୂଳପୋଛ ହେବେ ନକ୍ସଲ

ମାଲକାନଗିରି : ସ୍ବାଭିମାନ ଅଞ୍ଚଳରେ ମୂଳପୋଛ ହେବେ ନକ୍ସଲ। ବର୍ଷ ଶେଷରେ ବିଏସ୍‌ଏଫ୍‌ ଡିଜି ଏବଂ ଏଡିଜିଙ୍କ ମାଲକାନଗିରି ଗସ୍ତ ସହିତ ଏହି ଦୃଢ଼ୋକ୍ତି କରିବା ସହିତ ଯବାନଙ୍କ ମନୋବଳକୁ ବଢ଼ାଇଛନ୍ତି।

ବିଏସ୍‌ଏଫ୍‌ର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆଜି ସକାଳେ ମାଲକାନଗିରିରେ ପହଞ୍ଚିଥିଲେ ବିଏସ୍‌ଏଫ୍‌ ମହାନିର୍ଦ୍ଦେଶକ ପଙ୍କଜ କୁମାର ସିଂହ ଏବଂ ଏଡିଜି ରାଜୱିନ୍ଦର ସିଂହ ଭଟ୍ଟି। ସ୍ବାଭିମାନ ଅଞ୍ଚଳରେ ଅବତରଣ କରିବା ପରେ ଏଠାରେ ଅବସ୍ଥାପିତ ବିଏସ୍‌ଏଫ୍‌ ଯବାନ ଏବଂ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଜିଲ୍ଲାରେ ପ୍ରାୟ ୩୦ଟି ସ୍ଥାନରେ ବିଏସ୍‌ଏଫ୍‌ କ୍ୟାମ୍ପ ରହିଥିବା ବେଳେ ସମନ୍ବୟ ରକ୍ଷା କରି କାମ କରିବାକୁ ପରାମର୍ଶ ଦେଇଥିଲେ। ଆନ୍ଧ୍ର-ଓଡ଼ିଶା ଏବଂ ଛତିଶଗଡ଼-ଓଡ଼ିଶା ସୀମାରେ ନିୟୋଜିତ ବିଏସ୍‌ଏଫ୍‌ ଯବାନଙ୍କ ବିଷୟରେ ବି ପଚାରି ବୁଝିଥିଲେ। କଠିନ ପରିସ୍ଥିତିରେ କାମ କରୁଥିବା ଏଠାକାର ଯବାନଙ୍କ ଯେମିତି କୌଣସି ସମସ୍ୟା ନ ହୁଏ ସେଥିପ୍ରତି ଗୁରୁତ୍ବାରୋପ କରିଥିଲେ। ସେହିପରି ଡିଜି ମାଥିଲି ବ୍ଲକ୍‌ ଅନ୍ତର୍ଗତ ତୁଳସୀ ପାହାଡ଼ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ।

ବିଏସ୍‌ଏଫ୍‌ ଡିଆଇଜି ଅର୍ଜୁନ ସିଂହ ରାଠୋର, ଡିଆଇଜି ବିପୁଲ ବୀର ଗୁସାଇଁ, ଡିଆଜି ସଂଜୟ କୁମାର ସିଂହ, ଦକ୍ଷିଣ-ପଶ୍ଚିମାଞ୍ଚଳ ପୁଲିସ ଡିଆଇଜି ରାଜେଶ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ। ମାଲକାନଗିରି ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା, କମାଣ୍ଡାଣ୍ଟ ସଂଜୟ ଦାସ, କମାଣ୍ଡାଣ୍ଟ ବିନୋଦ ସାରିନ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ରାକେଶ କୁମାର, ଡେପୁଟି କମାଣ୍ଡାଣ୍ଟ ଏସ୍‌. ମହାପାତ୍ର, ଡେପୁଟି କମାଣ୍ଡାଣ୍ଟ ଅଜୈବ ସିଂହ, ଡେପୁଟି କମାଣ୍ଡାଣ୍ଟ ରୋହିତ ଶର୍ମା, ଶୁଭେନ୍ଦୁ ପାତ୍ର ପ୍ରମୁଖ ଉପସ୍ଥିତ ରହି ବର୍ତ୍ତମାନର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe