ନକ୍ସଲ ଦମନ ପାଇଁ ବିଏସ୍‌ଏଫ୍‌ ଡିଆଇଜିଙ୍କ ଚିତ୍ରକୋଣ୍ଡା ଗସ୍ତ

Advertisment
ନକ୍ସଲ ଦମନ ପାଇଁ ବିଏସ୍‌ଏଫ୍‌ ଡିଆଇଜିଙ୍କ ଚିତ୍ରକୋଣ୍ଡା ଗସ୍ତ

Hindustan Times

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପରେ ସ୍ବତନ୍ତ୍ର ମାଓ ଦମନ ରଣନୀତି ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି। ଏଥିପାଇଁ ଆଜି ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବିଏସ୍‌ଏଫ୍‌ ଡିଆଇଜି ଅର୍ଜୁନ ସିଂ ରାଠୋର ୮ନମ୍ବର ବିଏସ୍‌ଏଫ୍‌ କ୍ୟାମ୍ପରେ ପହଞ୍ଚିଥିଲେ। ଏଠାରେ ଅଧିକାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ଡିଆଇଜି। ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଗୁଇନ୍ଦା ବିଭାଗକୁ ପରାମର୍ଶ ଦେଇଥିଲେ। ଯେ କୌଣସି ମୁହୂର୍ତ୍ତରେ ଅପରେସନ ପାଇଁ ପ୍ରସ୍ତୁତ ରହିବାକୁ ବି କହିଥିବା ଜଣାପଡ଼ିଛି। ଏହି ବୈଠକରେ ମାଲାକନଗିରି ବିଏସ୍‌ଏଫ୍‌ ଡିଆଇଜି ସତବିନ୍ଦର ପାଲ ସିଂ ସିଧୁ, ୯ ନମ୍ବର ବାଟାଲିୟନର ସିଓ ଆର.ଏସ ମିଞ୍ଜ, ୧୫ ନମ୍ବର ବାଟାଲିୟନର ସିଓ ବି. ଶର୍ମା, ୧୬୦ ନମ୍ବର ବାଟାଲିୟନର ସିଓ ଟି.ଆଚାରୀ, ୮ ନମ୍ବର ବାଟାଲିୟନର ସିଓ ଏ.କେ ଆର୍ଯ୍ୟ ସମେତ କମାଣ୍ଡାଣ୍ଟମାନେ ଯୋଗ ଦେଇଥିଲେ। ମାଲକାନଗିରିରେ ପୁଣି ମାଓ ଗତିବିଧି ବଢୁଥିବାରୁ ଏହାକୁ ରୋକିବା ପାଇଁ ବିଏସ୍‌ଏଫ୍‌ ତରଫରୁ କେଉଁ ଭଳି ପଦକ୍ଷେପ ନିଆଯାଉଛି ଏବଂ ଆଗାମୀ ଦିନରେ ଆହୁରି କ’ଣ ପଦକ୍ଷେପ ନିଆଯିବ ସେ ନେଇ ରଣ କୌଶଳ ପ୍ରସ୍ତୁତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe