ମାଓବାଦୀଙ୍କୁ ବିଏସଏଫ୍‌ ଆଇଜିଙ୍କ ଆହ୍ବାନ: ‘ହିଂସା ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୁଅ’

Advertisment
ଠିକଣା ବଦଳାଉଛି ମାଓ ସଙ୍ଗଠନ: ବୈପାରିଗୁଡା-ପଟାଙ୍ଗି-ନନ୍ଦପୁର-ଲମତାପୁଟ ପାଲଟିଛି ନୂଆ କରିଡର

ଭୁବନେଶ୍ବର : ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହୁଅ। ନଚେତ୍‌ ହିଂସାର ଜବାବ ହିଂସାରେ ଦିଆଯିବ। ହିଂସା ଦ୍ବାରା କୌଣସି ସମସ୍ୟାର ସାମାଧାନ ହୋଇପାରିବ ନାହିଁ ବରଂ ସମସ୍ୟା ଜଟିଳ ହେବ। ହିଂସା ତ୍ୟାଗକରି ସରକାରୀ ସୁବିଧା ସୁଯୋଗର ସୁଫଳ ନେବାକୁ ମାଓ ଗଡ଼ର ଲୋକଙ୍କୁ ବୁଝାଯାଉଛି ବୋଲି କହିଛନ୍ତି ସୀମା ସୁରକ୍ଷା ବଳର ଆଇଜି ଧନେଶ୍ୱର କୁମାର ଶର୍ମା। ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଏସଏଫର ୫୮ତମ ପ୍ରତିଷ୍ଠା ଦିବସ ପୂର୍ବରୁ ଆଜି ଭୁବନେଶ୍ୱର ସ୍ଥିତ କ୍ୟାମ୍ପ ଅଫିସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି ମତ ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଓ ମୁକାବିଲାରେ ବିଏସ୍‌ଏଫ୍‌ ସଫଳତା ହାସଲ କରିଛି। ୬୨୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜବତ ହୋଇଥିବା ୪୧୭ ଜୀବନ୍ତ ବୋମା ମଧ୍ୟରୁ ୨୦୨୨ ମସିହାରେ ୩୦ଟି ବୋମା ଜବତ ହୋଇଛି। ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ସିଆର୍‌ପିଏଫ୍‌ ଏବଂ ସେନାରେ ଯୋଗଦେବା ପାଇଁ ବିଭିନ୍ନ ସକାରାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଆକୃଷ୍ଟ କରାଯାଉଛି। କେବଳ ଏତିକି ‌ନୁହେଁ, ବିଏସ୍‌ଏଫ୍‌ଙ୍କ ସହଯୋଗରେ ମାଲକାନିଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର ଭଳି ମାଓ ପ୍ରବଣ ଅଞ୍ଚଳରେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ସଫଳ ରୂପାୟନ ଦିଆଯାଇପାରିଛି। ମାଓପ୍ରବଣ ଅଞ୍ଚଳରେ ୧୦୬ ଟି ସ୍କୁଲ, ୩୩ ହସ୍ପିଟାଲ, ୨୪୭ ଅଙ୍ଗନୱାଡ଼ି, ୧୨ ପଞ୍ଚୟାତ ଭବନ, ୩୪ କମ୍ୟୁନିଟି ହଲ୍‌, ୧୮୩ ଟି ବ୍ରିଜ୍ ଏବଂ ୧୫୫ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି। ଆଜିର ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇଜି ବିବି ଗୋସ୍ୱାମୀ, ଧୀରେନ୍ଦ୍ର କୁମାର, କମାଣ୍ଡାଣ୍ଟ ଆଇ ସି କୁମାର ଓ ଆଇଆଇସି ସୁମନ କୁମାର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe