ଓଡିଶା-ଛତିଶଗଡ ଏବଂ ଓଡିଶା-ଆନ୍ଧ୍ର ସୀମାରେ ନକ୍ସଲ ଦମନ ନେଇ ସମୀକ୍ଷା କଲେ ବିଏସ୍‌ଏଫ୍‌ ଆଇଜି

Advertisment

ତେନ୍ତୁଳିଗୁମ୍ମାରେ ସହିଦଙ୍କ ପରିବାରଙ୍କୁ ଭେଟିଲେ ଆଇଜି

ତେନ୍ତୁଳିଗୁମ୍ମାରେ ସହିଦଙ୍କ ପରିବାରଙ୍କୁ ଭେଟିଲେ ଆଇଜି

ଓଡିଶା-ଛତିଶଗଡ ଏବଂ ଓଡିଶା-ଆନ୍ଧ୍ର ସୀମାରେ ନକ୍ସଲ ଦମନ ନେଇ ସମୀକ୍ଷା କଲେ ବିଏସ୍‌ଏଫ୍‌ ଆଇଜି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ବିଏସ୍‌ଏଫ୍‌ ଆଇଜି ସତୀଶ ଚନ୍ଦ୍ର ବୁଡକୋଟି। ଗତ ତିନି ଦିନ ଧରି ମାଲକାନଗିରି ଜିଲ୍ଲାର ଦୁର୍ଗମ ଏବଂ ନକ୍ସଲ ପ୍ରବଣ ଅଂଚଳରେ ରହିଥିବା ବିଏସ୍‌ଏଫ୍‌ କ୍ୟାମ୍ପଗୁଡିକକୁ ଗସ୍ତ କରି ଯବାନଙ୍କ ମନୋବଳ ବଢାଇବା ସହ ମାଓ ଦମନ ନେଇ ସମୀକ୍ଷା କରିଥିଲେ। ଆଇଜି ଶ୍ରୀ ବୁଡକୋଟିଙ୍କ ସହ ସ୍ବତନ୍ତ୍ର ଅପରେସନ ଡିଆଇଜି ଏ.କେ ଶର୍ମା ଏବଂ ମାଲକାନଗିରି ସେକ୍ଟର ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା ମଧ୍ୟ ସାଥିରେ ଥିଲେ। ମାଲକାନଗିରି ଜିଲ୍ଲାରେ ଲଗାତାର ବର୍ଷା ଲାଗି ରହିଥିଲେ ମଧ୍ୟ ଆଇଜି, ଡିଆଇଜିମାନେ ଦୁର୍ଗମ ଅଂଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ। ବିଶେଷକରି ଓଡିଶା-ଆନ୍ଧ୍ରପ୍ରଦେଶ, ଓଡିଶା-ଛତିଶଗଡର ସୀମାରେ ଲଗାତାର ନକ୍ସଲ ଗତିବିଧି ବଢୁଥିବାରୁ ସୀମାରେ ରହିଥିବା ବିଏସଏଫ କ୍ୟାମ୍ପଗୁଡିକରେ ଯବାନଙ୍କୁ ଅତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେବା ସହ କିପରି ଗୁଇନ୍ଦାକୁ ସବୁବେଳେ ସଜାଗ ରଖିବେ ସେନଇ ନିର୍ଦେଶ ଦେଇଥିଲେ।

ବିଏସଏଫ ଯବାନଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରି କିପରି ସେମାନେ ଜିଲ୍ଲାରେ ନକ୍ସଲକୁ ମୂଳପୋଛ କରିଛନ୍ତି ତାହା ଜାଣିବା ପରେ ପ୍ରଶଂସା କରିଥିଲେ। ଏଥିସହ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କ ସହ ମଧ୍ୟ ସାକ୍ଷାତ କରି ଜିଲ୍ଲା ଉନ୍ନୟନ କାର୍ଯ୍ୟ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ। ଜିଲ୍ଲାରେ ମ୍ୟାଲେରିଆ ଉପରେ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିଲେ। ମାଲକାନଗିରି ଜିଲ୍ଲା ମ୍ୟାଲେରିଆ ପ୍ରବଣ ହୋଇଥିବାରୁ ଯବାନଙ୍କୁ ଅତି ସତର୍କତାର ରହିବାକୁ ସେ ପରାମର୍ଶ ଦେଇଥିଲେ। ବର୍ଷା ଲାଗି ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଦିନରାତି ଏକ କରା କାମ କରୁଥିବା କହିଥିଲେ। ଜିଲ୍ଲାରେ ଜିରୋ ମ୍ୟାଲେରିଆ କରିବା ନେଇ ଯେଉଁ କାର୍ଯ୍ୟକ୍ରମ ଚାଲିଛି ତାହା ପ୍ରଶଂସନୀୟ ବୋଲି କହିଥିଲେ।

publive-image

ଗତ ୨୧ ତାରିଖରୁ ତିନି ଦିନ ଧରି ମାଲକାନଗିରି ଜିଲ୍ଲାରେ ଆଇଡି ଶ୍ରୀ ବୁଡକୋଟି ବୁଲିବା ସମୟରେ ବିଭିନ୍ନ କ୍ୟାମ୍ପରେ ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେଇଥିଲେ। ବୃକ୍ଷ ଲଗାଇ ପରିବେଶକୁ ବଞ୍ଚାଇବା ପାଇଁ ସମସ୍ତ ଯବାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ। ବିଶେଷକରି ଏହି ବର୍ଷା ଋତୁରେ ସମସ୍ତ ବିଏସଏଫ କ୍ୟାମ୍ପରେ ରହୁଥିବା ଯବାନ ଜଣେ ଜଣେ ଗୋଟିଏ ଗଛ ଲଗାଇବାକୁ କହିଥିଲେ। ଶେଷରେ ଆଜି ଦୁର୍ଗମ ସହିଦ ମାଟିର ଗାଁ ତେନ୍ତୁଳିଗୁମ୍ମାକୁ ପରିଦର୍ଶନରେ ଯାଇଥିଲେ।

ପ୍ରକାଶ ଥାଉକି ଏଠାରେ ମଧ୍ୟ ଏକ ବିଏସଏଫ କ୍ୟାମ୍ପ ରହିଛି। ସେଠାରେ ଯବାନଙ୍କ ମନବଳ ବଢାଇବା ପରେ ସହିଦ ପରିବାରର ଦୟାଦମାନଙ୍କ ସହ ସାକ୍ଷାତ କରିଥିଲେ।ଏଥିସହ ସେମାନଙ୍କୁ ଉପହାର ସ୍ବରୁପ କିଛି ସହଯୋଗ କରିଥିଲେ। ସହିଦଙ୍କ ପ୍ରତିମୂର୍ତ୍ତି ନିକଟରେ ଠିଆ ହୋଇ ସାଲୁଟ କରିଥିଲେ। ଏହି ସମୟରେ ବୈପାରିଗୁଡାର ତହସିଲଦାର ଦୀଲିପ କୁମାର ମହାରଣା, ବିଡିଓ ଅଭିମନ୍ୟୁ କବିଶତପଥୀ, ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ସହିଦ ଦିବସ ପୂର୍ବରୁ ଆଇଜିଙ୍କ ଗସ୍ତ ଯବାନଙ୍କ ମନବଳକୁ ଟାଣ କରିବା ସହ ନକ୍ସଲ ଦମନ ନେଇ ଯେଉଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ତାହାକୁ ନେଇ ମଧ୍ୟ କିପରି ସଫଳ କରାଯିବ ସେନେଇ ପ୍ରସ୍ତୁତ ରହିଛି ଯବାନ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe