ଲ୍ୟାଣ୍ଡମାଇନ ଏବଂ ୪ ବ୍ୟାଗ ଜିଲୋଟିନ ଉଦ୍ଧାର, ନିଷ୍କ୍ରିୟ କଲା ବିଏସ୍‌ଏଫ୍‌

ଲ୍ୟାଣ୍ଡମାଇନ ଏବଂ ୪ ବ୍ୟାଗ ଜିଲୋଟିନ ଉଦ୍ଧାର, ନିଷ୍କ୍ରିୟ କଲା ବିଏସ୍‌ଏଫ୍‌

ମାଲକାନଗିରି: ଜିଲ୍ଲାର ଭେଜେଙ୍ଗଵାଡା ରିଜର୍ଭ ଫରେଷ୍ଟ ଅଂଚଳରେ ଥିବା ବଡିଗେଟା ଏବଂ ଏମପିଭି-୨୧ ଅଂଚଳରେ ବିଏସ୍‌ଏଫ୍‌ ଏବଂ ପୁଲିସର ମିଳିତ କମ୍ବିଂ ଅପରେସନ ସମୟରେ ଜଂଗଲରୁ ଲ୍ୟାଣ୍ଡମାଇନ ଏବଂ ୪ଟି ବ୍ୟାଗ ଜିଲୋଟିନ ଉଦ୍ଧାର କରାଯାଇଛି। ବିଏସ୍‌ଏଫ ଯବାନମାନେ ଏହାକୁ ନିଷ୍କ୍ରିୟ ମଧ୍ୟ କରିଛନ୍ତି।

ତେବେ ଭେଜେଙ୍ଗଵାଡା ଜଂଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଥିବା ବେଳେ ଟେକଗୁଡା ଏବଂ ଦୁଲାଗୁଣ୍ଡି ଅଂଚଳରୁ ୪ ବ୍ୟାଗ ଜିଲୋଟିନ ଉଦ୍ଧାର କରାଯାଇଛି। ତେବେ ବିଏସଏଫ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଦିନରାତି କମ୍ବିଂ ଅପରେସନ କରୁଛନ୍ତି।ଯବାନଙ୍କୁ ଦୁର୍ବଳ କରିବା ପାଇଁ ନକ୍ସଲ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଲୋକଙ୍କ ସମର୍ଥନ ଜୁଟାଇବାକୁ ଚେଷ୍ଟା କରୁଛନ୍ତି। ନକ୍ସଲ ଏହି ଲ୍ୟାଣ୍ଡମାଇନକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଲଗାଇଥିଲେ।

ତେବେ ଯବାନଙ୍କ ଉଚିତ ବୁଦ୍ଧି ଯୋଗୁଁ ଏହି ଲ୍ୟାଣ୍ଡମାଇନକୁ ଠାବ କରାଯାଇପାରିଛି। ତେବେ ଏହାର ବିସ୍ଫୋରଣରେ ବହୁ ଯବାନ ମୃହାତର ହୋଇପାରିଥାନ୍ତେ। ଯବାନ ଏବେ ମଧ୍ୟ ସେହି ଜଂଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି।ଏହି ଅଂଚଳରେ ନକ୍ସଲ ପୂର୍ବରୁ ଲ୍ୟାଣ୍ଡମାଇନ ଖଞ୍ଜିଥାଇପାରନ୍ତି ବୋଲି ଅନୁମାନ କରାଯାଏ।ପୁଲିସ ଏବଂ ବିଏସଏଫର ମିଳିତ ଉଦ୍ୟମରେ ଏଠାରେ ନକ୍ସଲକୁ ତଡିବାରେ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe