୧୨ ଦୁର୍ଗମ ଗାଁରେ ସ୍ଥାପନ ହେବ ବିଏସଏନଏଲ ଟାୱାର

୧୨ ଦୁର୍ଗମ ଗାଁରେ ସ୍ଥାପନ ହେବ ବିଏସଏନଏଲ ଟାୱାର

Northlines

ତେଲକୋଇ:  କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ ଅନ୍ତର୍ଗତ ବିଭିନ୍ନ ଦୁର୍ଗମ ଅଞ୍ଚଳର ଗାଁ ଗୁଡିକରେ ବିଏସଏନଏଲର ୧୨ଟି ନୂତନ ମୋବାଇଲ ଟାୱାର ସ୍ଥାପନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି ଏନେଇ କେନ୍ଦୁଝର ବିଏସଏନଏଲ ଅଧିକାରୀ ତଥା ତେଲକୋଇ ରାଜସ୍ବ ଅଧିକାରୀ ଉକ୍ତ ଗାଁ ଗୁଡ଼ିକୁ ଯାଇ ଆବଶ୍ୟକ ଜମି ଚିହ୍ନଟ କରିଛନ୍ତି। କାଳିଆହତା ପଞ୍ଚାୟତର କେରାଙ୍ଗ, ସାରୁଡା, ଗଲଦା, ପଡ଼ାଙ୍ଗ ପଞ୍ଚାୟତର ରାଙ୍କି, ଓଢଣା, ସାଙ୍କୁଇ, ଟେଣ୍ଟେଇନାଳୀ, ଅହିଗୋଳା, ତାଳପଦା ପଞ୍ଚାୟତର ଗୁରୁମ, ବଡ଼ଖମଣ, ଶିମିଳିପାଳ ତଥା ଜଗମୋହନପୁର ପଞ୍ଚାୟତ ଅନ୍ତର୍ଗତ କାକୁଡିଅମ୍ବା ଗ୍ରାମରେ ନୂତନ ଟାଓ୍ବାର ସ୍ଥାପନ କରାଯିବ।

ସୂଚନାଯୋଗ୍ୟ ଏହି ଗାଁ ଗୁଡିକରେ ପୂର୍ବରୁ ଆଜି ପର୍ଯ୍ୟନ୍ତ କୌଣସି ରାଷ୍ଟ୍ରୀୟ କି ଘରୋଇ ସଂସ୍ଥାର ମୋବାଇଲ ଟାୱାର ନାହିଁ। ଫଳରେ ସାଧାରଣରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି। ଟେଲି ଯୋଗାଯୋଗ ବ୍ୟବସ୍ଥା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନର ପତ୍ର ସଂଖ୍ୟା ୩୬୫୩ ତା ୧୫।୧୦।୨୦୨୨ ଅନୁସାରେ ଉଭୟ ବିଭାଗର ଅଧିକାରୀ ଉପସ୍ଥିତ ରହି ଆବଶ୍ୟକ ସରକାରୀ ଜମି ଚିହ୍ନଟ କରିଛନ୍ତି। ଆଜିର ଜମି ଚିହ୍ନଟ ବେଳେ ତେଲକୋଇ ରାଜସ୍ବ ନିରୀକ୍ଷକ ନିହାର ରଞ୍ଜନ ସେଠୀ,ଏଆରଆଇ ଗୌରାଙ୍ଗ ଚରଣ ପାତ୍ର, ବିଏସଏନଏଲ ଏସଡିଓ ତାପସ କୁମାର ତ୍ରିପାଠୀଙ୍କ ସହିତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe