ବୌଦ୍ଧ ପର୍ଯ୍ୟଟକଙ୍କ ପଦଯାତ୍ରା ଓ ବୌଦ୍ଧସ୍ଥଳ ପରିଦର୍ଶନ : ଉଦୟଗିିରିରେ ୨୦ ଦେଶରୁ ୩ ଶହ ପର୍ଯ୍ୟଟକ

ବୌଦ୍ଧ ପର୍ଯ୍ୟଟକଙ୍କ ପଦଯାତ୍ରା ଓ ବୌଦ୍ଧସ୍ଥଳ ପରିଦର୍ଶନ : ଉଦୟଗିିରିରେ ୨୦ ଦେଶରୁ ୩ ଶହ ପର୍ଯ୍ୟଟକ

ଚଣ୍ତିଖୋଲ : ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ସହିତ ପରିବେଶ ସୁରକ୍ଷା, ପୁରୁଷ-ମହିଳା ମଧୢରେ ସମାନତା ଓ ସମସ୍ତଙ୍କର ସ୍ଥାୟୀ ବିକାଶ ନିମନ୍ତେ ପେଲଦୃକା ଚାରିଟେବୁଲ ଟ୍ରଷ୍ଟ ନୂଆଦିଲ୍ଲୀ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିମନ୍ତ୍ରିତ ୨୦ ଦେଶର ୩ ଶହରୁ ଅଧିକ ବୌଦ୍ଧ ପର୍ଯ୍ୟଟକ ପଦଯାତ୍ରାରେ ବାହାରି ଆଜି ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ବିଶ୍ବ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି ଠାରେ ପହଞ୍ଚିଛନ୍ତି। ବୌଦ୍ଧ ହୀରକ ତ୍ରିଭୁଜ ଅନ୍ତର୍ଗତ ଲଳିତଗିରି ବୌଦ୍ଧ ପୀଠ ପରିଦର୍ଶନ ପରେ ସେଠାରୁ ପଦଯାତ୍ରାରେ ବୌଦ୍ଧ ପର୍ଯ୍ୟଟକମାନେ ଦୀର୍ଘ ୫ କିମି ଦୂରରେ ଥିବା ହୀରକ ତ୍ରିଭୁଜ ଅନ୍ତର୍ଗତ ଉଦୟଗିରି ଠାରେ ପହଞ୍ଚିଥିଲେ। ଏତେ ସଂଖ୍ୟାରେ ବୌଦ୍ଧ ପର୍ଯ୍ୟଟକ ଧାଡ଼ିବାନ୍ଧି ଚାଲିଚାଲି ଆସିବା ସ୍ଥାନୀୟ ଲୋକଙ୍କ ପାଇଁ ଏକ ବିରଳ ଦୃଶ୍ୟ ପାଲଟିଥିଲା। ପର୍ଯ୍ୟଟକମାନେ ଚାଲିଚାଲି ଆସୁଥିବା ବେଳେ କଳାଶ୍ରୀ ଓ ଗଜେନ୍ଦ୍ରପୁର ଠାରେ ଚାଲିଥିବା ଗଜଲକ୍ଷ୍ମୀ ପୂଜା ମଣ୍ତପ ପାଖରେ ସେମାନଙ୍କୁ ସମ୍ବର୍ଧିତ କରାଯାଇଥିଲା‌।

ଆଜି ଉଦୟଗିରି ଶିକ୍ଷାଶ୍ରମରେ ରାତ୍ରୀ ଯାପନ କରି ଆସନ୍ତାକାଲି ବୌଦ୍ଧ ପର୍ଯ୍ୟଟକମାନେ ପଦଯାତ୍ରାରେ ବୌଦ୍ଧ ପୀଠ ରତ୍ନଗିରି ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ ଭାରତ ସମେତ ଆମେରିକା, ସିଙ୍ଗାପୁର, ରୁଷିଆ, ମାଲେସିଆ, ନେପାଳ, ଭୁଟାନ, ସିକିମ, ଲଦାଖ ସମେତ ୨୦ଟି ଦେଶରୁ ବୌଦ୍ଧ ଧର୍ମାବଲମ୍ବୀ ସ୍ବେଚ୍ଛାସେବୀ ଓ ପରିବେଶବିତ୍‌ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି। ପୂଜ୍ୟଗୁରୁ ଚ୍ୟାଲଵଙ୍ଗ ଦୃକପା ଏହି ପଦଯାତ୍ରାର ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe