ବଜେଟ ପ୍ରତିକ୍ରିୟା: ସ୍ୱାଗତଯୋଗ୍ୟ, ମାତ୍ର ଆୟକର ସୀମା ଅପରିବର୍ତ୍ତିତ ରହିଥିବାରୁ ସାଧାରଣ ଲୋକ ଅସନ୍ତୁଷ୍ଟ

Advertisment
ବଜେଟ ପ୍ରତିକ୍ରିୟା: ସ୍ୱାଗତଯୋଗ୍ୟ, ମାତ୍ର ଆୟକର ସୀମା ଅପରିବର୍ତ୍ତିତ ରହିଥିବାରୁ ସାଧାରଣ ଲୋକ ଅସନ୍ତୁଷ୍ଟ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହା ଉପରେ ବିଭିନ୍ନ ବର୍ଗର ଲୋକଙ୍କ ପ୍ରତିକ୍ରିୟା ମିଳିଛି।
ଏନେଇ ଉତ୍କଳ ଚାମ୍ବର ଅଫ କମର୍ସର ଉପସଭାପତି ଅଶୋକ ଶାରଦା କହିଛନ୍ତି, ବଜେଟରେ ଏମଏସଏମଇ କ୍ଷେତ୍ର ପ୍ରତି ଗୁରୁତ୍ୱ ଦିଆଯାଇଛି। ୧.୫ ଲକ୍ଷ ପୋଷ୍ଟ ଅଫିସକୁ ବ୍ୟାଙ୍କ ସହ ଯୋଡ଼ିବା ବ୍ୟବସ୍ଥା ସ୍ୱାଗତଯୋଗ୍ୟ। ହସ୍ପିଟାଲିଟି/ ହୋଟେଲ ସେକ୍ଟର ପାଇଁ ୫ ଲକ୍ଷ କୋଟିର ବ୍ୟବସ୍ଥା ବି ସ୍ୱାଗତଯୋଗ୍ୟ। ୱାନ ନେସନ- ୱାନ ରେଜିଷ୍ଟ୍ରେସନ ଭଲ ପଦକ୍ଷେପ। ଏହି ବଜେଟକୁ ୧୦ରୁ ୭.୫ ମାର୍କ ଦେବି।

publive-image
ଏଣେ ଉତ୍କଳ ଚାମ୍ବର ଅଫ କମର୍ସର ଅନ୍ୟତମ ଉପସଭାପତି ଵିନୋଦ ଦାଶ କହିଛନ୍ତି, ଡିଜିଟାଲ ୟୁନିଭରସିଟି, ୧୨ଟି କ୍ଲାସ ପାଇଁ ୨୦୦ ଟିଭି ଚାନେଲ ଏକ ଭଲ ପଦକ୍ଷେପ। ଅପରପକ୍ଷରେ ଉତ୍କଳ ଚାମ୍ବର ଅଫ କମର୍ସର କୋଷାଧ୍ୟକ୍ଷ ଜି ଏଲ ଶର୍ମା କହିଛନ୍ତି, ଆର୍ଥିକ ନିଅଣ୍ଟ ୧୬.୬୧ ଲକ୍ଷ କୋଟି ଟଙ୍କା ରହିଛି, ଯାହା ଚିନ୍ତାଜନକ।

publive-image

ତେଣେ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି, ରାଉରକେଲାର ସଭାପତି ପ୍ରବୀଣ ଗର୍ଗ ନିଜର ପ୍ରତିକ୍ରିୟାରେ କହିଛନ୍ତି, ବଜେଟ୍ ସନ୍ତେୋଷଜନକ। ବଜେଟରେ ଶିକ୍ଷା ସ୍ବାସ୍ଥ୍ୟ ଓ ରାଜପଥ ନିର୍ମାଣ ଉପରେ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ର ସରକାର ଜିଏସଟିରେ ସଫଳତା ହାସଲ କରିଥିବା ଦର୍ଶାଇଛନ୍ତି। ଆୟକର ସୀମା ଅପରିବର୍ତ୍ତିତ ରହିଥିବାରୁ ସାଧାରଣ ଲୋକଙ୍କ ଭିତରେ କିଛିଟା ଅସନ୍ତୋଷ ରହିଛି। ଏପରିକି ଅଧିକ ଟିକସ ଦେଉଥିବା ଟିକସଦାତାଙ୍କ ପାଇଁ ବି ରିହାତି ନାହିଁ। କେନ୍ଦ୍ର ଓ ରାଜ୍ୟମାନଙ୍କ ସହଯୋଗରେ ଏହି ବଜେଟ୍ ପ୍ରସ୍ତୁତ ହୋଇଛି।
ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ଏହି ବଜେଟ୍ ସାଧାରଣ ଜନତାଙ୍କ ପାଇଁ ନୁହେଁ। ଏହା କର୍ପୋରେଟ ବଜେଟ। ଏଥିରେ ଚାଷୀ ଓ ସାଧାରଣ ଲୋକ ହତାଶ ହୋଇଛନ୍ତି। ଇ ଏଜୁକେସନ କାର୍ଯ୍ୟକ୍ରମରେ କର୍ପୋରେଟ ସଂସ୍ଥା ଲାଭବାନ ହେବେ।
ଦରଦାମ କମିବା ନେଇ ବଜେଟରେ କିଛି ସ୍ପଷ୍ଟତା ନାହିଁ। ଚାଷୀଙ୍କ ପାଇଁ କେବଳ କଥା ମିଳିଛି। ବଜେଟରେ କିଛି ସ୍ବତନ୍ତ୍ରତା ନାହିଁ। ପ୍ରଧାନମନ୍ତ୍ରୀଙ୍କ ଶକ୍ତି ଯୋଜନା କେବଳ ଧୂଆଁବାଣ ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe