ଆରମ୍ଭ ହେଲା ବଜେଟ ଅଧିବେଶନ, ରାଜ୍ୟପାଳଙ୍କ ଅଭିଭାଷଣ ପ୍ରଦାନ

ଆରମ୍ଭ ହେଲା ବଜେଟ ଅଧିବେଶନ, ରାଜ୍ୟପାଳଙ୍କ ଅଭିଭାଷଣ ପ୍ରଦାନ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ଓଡିଶା ବିଧାନସଭାର ବଜେଟ୍‌ ଅଧିବେଶନ। ମେ ମାସ ୫ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ବଜେଟ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି।
ଆଜି ରାଜ୍ୟପାଳ ଡ. ଏସ୍‌ ସି ଜମିର୍‌ଙ୍କ କାର୍ଯ୍ୟକାଳ ସରୁଛି। ତେବେ ଆଜି ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଥିବାରୁ ଡ. ଜମୀର ଓଡ଼ିଶା ବିଧାନସଭାରେ ତାଙ୍କର ଶେଷ ଅଭିଭାଷଣ ପ୍ରଦାନ କରିଛନ୍ତି। ଦିବଙ୍ଗତ ସଦସ୍ୟ ଓ ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ନିଜ ଅଭିଭାଷଣରେ ଡ, ଜମୀର କହିଛନ୍ତି ଯେ ଓଡ଼ଆ ଭାଷାକୁ ଶାସ୍ତ୍‍ୀୟମାନ୍ୟତା ମିଳିବା ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରିଛନ୍ତି। ସେହିପରି ରାଜ୍ୟପାଳ ଡ. ଜମୀର କହିଛନ୍ତି ଯେ ମହାନଦୀ ଓଡ଼ିଶାର ଜୀବନ ରେଖା। ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ ହୋଇଥିବାରୁ ଓଡ଼ିଶାବାସୀ ଆଶ୍ୱସ୍ତ ବୋଲଇ ଡ. ଜମୀର କହିଛନ୍ତିି।
ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କଂଗେଅସ ସଦସ୍ୟମାନେ କକ୍ଷତୃାଗ କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କିଛି କୁହାଯାଇ ନ ଥିବାରୁ କଂଗ୍ରେସ ଦଳର ସଦସ୍ୟମାନେ ଏହାର ପ୍ରତିବାଦରେ କକ୍ଷତ୍ୟାଗ କରିଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଦୁଇ ଦିନ ଧରି ଆଲୋଚନା ହେବା ପରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ୨୩ ତାରିଖ ଦିନ ଚିଠା ବଜେଟ୍‌ ଆଗତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe