୩ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ

୩ ଦିନ ପୂର୍ବରୁ ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ଶେଷ ହେଲା ବିଧାନସଭାର ବଜେଟ ଅଧିବେଶନ। ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ କରାଯାଇଛି। ୩ ଦିନ ପୂର୍ବରୁ ଅଧିବେଶନ ଶେଷ ହୋଇଛି । ଜୁଲାଇ ୨ରୁ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ବଜେଟ ଉପସ୍ଥାପନ ହୋଇଥିଲା। ୨୧ଟି କାର୍ଯ୍ୟ ଦିବସ ବସିଥିଲା।

ଏହି ସମୟ ମଧ୍ୟରେ ୧୧ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଥିଲା। ୮ଟି ବିଲ ଏହି ଅଧିବେଶନରେ ଉପସ୍ଥାପନ ହୋଇଥିଲା। ୭ଟି ବିଲ ପାରିତ ହୋଇଥିବାବେଳେ ୨୧ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗୃହରେ ଏକ ସଂକଳ୍ପ ଗୃହୀତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe