ମାର୍ଚ୍ଚ ୨୫ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ, ୩୧ ଯାଏ ଚାଲିବ

Advertisment
ମାର୍ଚ୍ଚ ୨୫ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ, ୩୧ ଯାଏ ଚାଲିବ

ଭୁବନେଶ୍ୱର: ମାର୍ଚ୍ଚ ୨୫ ତାରିଖରୁ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ ଏବଂ ଏହା ୩୧ ଯାଏ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି, ମାର୍ଚ୍ଚ ୨୫ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ ଏବଂ ସେହି ଦିନ ହିଁ ରାଜ୍ୟପାଳ ନିଜର ଅଭିଭାଷଣ ରଖିବେ। ଏହାପରେ ୨୬  ଓ ୨୮ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା କରାଯିବ।

ତେବେ ମାର୍ଚ୍ଚ ୩୦ ତାରିଖରେ ବିଧାନସଭାରେ ବଜେଟ ଉପସ୍ଥାପିତ ହେବ। ୨୦୨୨-୨୩  ଆର୍ଥିକ ବର୍ଷ ଲାଗି ଆଗତ ହେବ ବଜେଟ।  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବଜେଟ ଉପସ୍ଥାପନ କରିବେ।  ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବ। ଏଥର ବଜେଟ ଅଧିବେଶନରେ ମୋଟ ଛଅଟି କାର୍ଯ୍ୟଦିବସ ରହିବ। ତେବେ ଏହି ବଜେଟ ଅଧିବେଶନରେ କୋଭିଡ କଟକଣା ରହିବ କି ନା ସେନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସହ ପରାମର୍ଶ କରିବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ସହ ପରାମର୍ଶ  ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ବିଧାନସଭା ବଜେଟ ଅଧିବେଶନ ସଂପର୍କରେ ସୂଚନା ଦେଇ ବାଚସ୍ପତି କହିଥିଲେ, ମାର୍ଚ୍ଚ ୩୧ ତାରଖରୁ ପୂର୍ବରୁ ବସିବ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅନୁମୋଦନ ଆସିବା ପରେ ବିଧିବଦ୍ଧ ତାରିଖ ଘୋଷଣା ହେବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe