ବିଧାନସଭା ବଜେଟ ଅଧିବେଶନ: ୬ଟି କାର୍ଯ୍ୟ ଦିବସରେ ପାଞ୍ଚଟି ସରକାରୀ ବିଲ ପାରିତ

Advertisment
ବିଧାନସଭା ବଜେଟ ଅଧିବେଶନ: ୬ଟି କାର୍ଯ୍ୟ ଦିବସରେ ପାଞ୍ଚଟି ସରକାରୀ ବିଲ ପାରିତ

ଭୁବନେଶ୍ବର: ଶେଷ ହେଲା ବିଧାନସଭା ବଜେଟ ଅଧିବେଶନ। ଏହି ଅଧିବୋନରେ ମୋଟ ୬ଟି କାର୍ଯ୍ୟ ଦିବସ ଥିଲା। ଦୁଇଟି ମୂଲତବୀ ପ୍ରସ୍ତାବ ଆଲୋଚନା ହୋଇଥିଲା। ୩୫୨ଟି ତାରକା ପ୍ରଶ୍ନ, ୫୪୨ଟି ଅଣତାରକା ପ୍ରଶ୍ନ ଗ୍ରହଣ କରାଯାଇଥିଲା।ପାଞ୍ଚଟି ସରକାରୀ ବିଲ ପାରିତ।ପାଞ୍ଚଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି।

ଆଜି ଶ୍ରୀମନ୍ଦିର ପରିକ୍ରମା ପାଇଁ ବିଧାନସଭାର ଗୃହ କମିଟି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ଏହି କମିଟି । ସଦସ୍ୟ ହେଉଛନ୍ତି ନରସିଂହ ମିଶ୍ର, ଦେବୀ ମିଶ୍ର, ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରତାପ ଜେନା, ବିକ୍ରମ ଆରୁଖ ଓ ଅତନୁ ସବ୍ୟସାଚୀ ନାୟକ ।

ଏହା ପୂର୍ବରୁ ବିଧାନସଭାରେ ପାରିତ ହେଲା ୨୦୨୨-୨୩ର ଆର୍ଥିକ ବର୍ଷ ନିମନ୍ତେ ବ୍ୟୟ ମଞ୍ଜୁରୀ ବିଲ୍‌। ଆସନ୍ତା ୪ ମାସ ପାଇଁ ୧ ଲକ୍ଷ ୬ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଲେଖା ଅନୁଦାନ ବିଲକୁ ଗୃହରେ ଆଗତ କରାଇଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା କରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ ବଜେଟ କେନ୍ଦ୍ରୀୟ ଯୋଜନା ଉପରେ ସମ୍ପୂର୍ଣ ନିର୍ଭରଶୀଳ। ଗତ ୨୨ ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ଆଖି ଦୃଶିଆ ଉନ୍ନତି ହୋଇନାହିଁ।

ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳ ସେଚନ ଭଳି ପ୍ରସଙ୍ଗ ଉଠାଇ କହିଥିଲେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଯେତିକି ଖର୍ଚ୍ଚ ହେବ କଥା ତାହା ବଜେଟ୍‌ରେ ବ୍ୟବସ୍ଥା କରାଯାଇନାହିଁ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କିଛି ମୁଷ୍ଟିମେୟ ଲୋକଙ୍କର ଆୟ ବଢିଛି। ଧନୀ ଅଧିକ ଧନୀ ହୋଇଛି । ବଜେଟରେ ବିକାଶର ଭିଜନ କି ଦୀର୍ଘ ମିଆଦୀ ଯୋଜନା ନାହିଁ । ସେପଟେ ଅର୍ଥ ମନ୍ତ୍ରୀ କହିଛନ୍ତି ବିରୋଧୀ ଯେଉଁ କଥା କହିଛନ୍ତି ତାହା ନିରାଧାର। ଲେଖା ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଲାଗି ବ୍ୟୟ ବରାଦ କରାଯାଇ ଥାଏ । ତେଣୁ ନୂଆ ଯୋଜନା ପୂର୍ଣ୍ଣାଙ୍ଗ ବଜେଟ ସମୟରେ ଅଣାଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe