ବୁଗୁଡ଼ା ଡାକଘର କର୍ମଚାରୀଙ୍କ ଆତ୍ମହତ୍ୟା: ନୂଆ ଶାଢ଼ି, ଚୁଡ଼ି ପିନ୍ଧି ଝୁଲିପଡ଼ିଲେ

Advertisment

ବାହାଘର ସ୍ଥଗିତ ହୋଇଥିଲା

ବାହାଘର ସ୍ଥଗିତ ହୋଇଥିଲା

ବୁଗୁଡ଼ା ଡାକଘର କର୍ମଚାରୀଙ୍କ ଆତ୍ମହତ୍ୟା: ନୂଆ ଶାଢ଼ି, ଚୁଡ଼ି ପିନ୍ଧି ଝୁଲିପଡ଼ିଲେ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଡାକଘରେ କାର୍ଯ୍ୟରତ ରଶ୍ମିତା ବେହେରା (୨୫) ନାମକ ଜଣେ କର୍ମଚାରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ଅରବିନ୍ଦନଗର ଦ୍ବିତୀୟ ଲାଇନ୍‌ରେ ରହୁଥିବା ଭଡ଼ାଘରୁ ଆଜି ଅପରାହ୍‌ଣରେ ତାଙ୍କ ଝୁଲନ୍ତା ଶବ ଠାବ ହୋଇଛି। ନିର୍ବନ୍ଧ ବେଳେ ପୁଅ ଘର ପକ୍ଷରୁ ମିଳିଥିବା ନୂଆ ଶାଢ଼ି ଓ ଚୁଡ଼ି ପିନ୍ଧିବା ସହ ଏକ ନୂଆ ରଶିକୁ ବେକ‌ରେ ବାନ୍ଧି ସେ ଝୁଲିପଡ଼ିଛନ୍ତି। ତେବେ ରଶ୍ମିତାଙ୍କ ଆତ୍ମହତ୍ୟାର କାରଣ ଏଯାବତ୍ ସ୍ପଷ୍ଟ ହୋଇପାରନି। ବୁଗୁଡ଼ା ପୁଲିସ ପହଞ୍ଚି ଶବ ସମେତ ରଶ୍ମିତାଙ୍କ ହାତଲେଖା ଏକ ୪ ପୃଷ୍ଠାର ଡାଏରି ଜବତ କରିଛି। ରଶ୍ମିତାଙ୍କ ନିଜ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡ଼ି ନିକଟ ସୋରଣ ଗ୍ରାମରେ ହୋଇଥିବା ବେଳେ ବୁଗୁଡ଼ା ପୋଷ୍ଟ୍ ଅଫିସ୍‌ରେ ସେ ୫ ବର୍ଷ ହେଲା କାମ କରୁଥିଲେ। ଦୁଇମାସ ତଳେ କୁହୁଡ଼ି ଗ୍ରାମର ଜଣେ ଯୁବକଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିବା ବେଳେ ଚଳିତମାସ ୧୨ ତାରିଖରେ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ କୌଣସି କାରଣବଶତଃ ବାହାଘରକୁ ଦୁଇ ପରିବାର ସ୍ଥଗିତ ରଖିଥିଲେ।

ସବୁଦିନ ଭଳି ଗତକାଲି ଅଫିସ୍‌ରୁ ଫେରି ରଶ୍ମିତା ନିଜ ଭଡ଼ାଘରକୁ ଆସିଥିଲେ। କିନ୍ତୁ ଆଜି ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଘରର କବାଟ ଖୋଲା ଯାଇ ନଥିବାରୁ ପଡ଼ୋଶୀ ତା‌ଙ୍କୁ ଡାକିଥିଲେ। ସେ କବାଟ ନଖୋଲିବାରୁ ତାଙ୍କ ମୋବାଇଲ୍‌କୁ କଲ୍ କରାଯାଇଥିଲା। ତଥାପି କୌଣସି ଉତ୍ତର ମିଳି ନଥିଲା। ଘର ମାଲିକଙ୍କ ସୂଚନାକ୍ରମେ ପୁଲିସ ପହଞ୍ଚି କବାଟ ଭାଙ୍ଗିବା ପରେ ରଶ୍ମିତାଙ୍କ ଝୁଲନ୍ତା ଶବ ମିଳିଥିଲା। ଏନେଇ ବୁଗୁଡ଼ା ପୁଲିସ କେସ୍ ନମ୍ବର ୧୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ‌ହୋଇଛି। ମୃତକଙ୍କ ବାପା ଗଙ୍ଗାଧର ବେହେରା ପହଞ୍ଚିବା ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe