ସଙ୍ଗରୋଧରୁ ଫେରିବା ପରେ ଘରେ ପୂରାଇ ଦେଲେନି ଭାଇ ଭାଉଜ, ଥାନାରେ ମାମଲା ପରେ ବନ୍ଧା ହେଲେ

Advertisment
ମହିଳାଙ୍କ ଗୁପ୍ତାଙ୍ଗରୁ ସ୍ବାବ୍‌ ନମୁନା ନେଇ ଗିରଫ ହେଲେ ଲାବୋରେଟୋରି ଟେକ୍ନିସିଆନ୍‌

Time

ବୁଗୁଡ଼ା : କରୋନା ମହାମାରୀ ବିଗାଡ଼ି ଦେଇଛି ସାମାଜିକ ସନ୍ତୁଳନ। ଏଥିପାଇଁ ରାଜ୍ୟ ବାହାରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ନିଜ ଭାଇଠୁ ଆରମ୍ଭ କରି ପରିବାର ଓ ବନ୍ଧୁବାନ୍ଧବ ସମସ୍ତେ ସନ୍ଦେହ ଓ ଘୃଣା ଚକ୍ଷୁରେ ଦେଖିବାକୁ ପଛାଉ ନାହାନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମୋଟାବାଡ଼ି ଗ୍ରାମରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆନୁଷ୍ଠାନିକ ସଙ୍ଗରୋଧ ଅବଧି ଶେଷ କରି ଘରକୁ ଫେରିଥିବା ଜଣେ ପ୍ରବାସୀ ଓଡ଼ିଆଙ୍କୁ ତାଙ୍କ ନିଜ ବଡ଼ ଭାଇ ଓ ଭାଉଜ ମାଡ଼ ମାରି ଘରେ ପୂରାଇ ନଦେବା ଚର୍ଚ୍ଚାର ବିଷୟ ପାଲଟିଛି।

ମୋଟାବାଡ଼ି ଗ୍ରାମର ପ୍ରଦୀପ ସେଠୀ, ପତ୍ନୀ ମଞ୍ଜୁଳା ଓ ଝିଅ ବର୍ଷା ସୁରତରୁ ଫେରିଥିଲେ। ପ୍ରଦୀପ କୁଶପଲ୍ଲୀ ଓ ମଞ୍ଜୁଳା ଏବଂ ବର୍ଷା ଗୋଲିଆ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ୧୪ ଦିନ ଅବଧି ଶେଷ ହେବାରୁ ପ୍ରଦୀପ ସପରିବାର ମୋଟାବାଟି ଗ୍ରାମ ନିଜ ଘରକୁ ଫେରିଥିଲେ। ମାତ୍ର ସେମାନେ ଘରକୁ ଫେରୁଥିବା ଜାଣି ବଡ଼ଭାଇ ରଙ୍କ ସେଠୀ ଓ ଭାଉଜ କୁନି ସେମାନଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଆଉ ଘରେ ପୂରାଇ ଦେଇ ନଥିଲେ। ପ୍ରଦୀପଙ୍କ ଅଭିଯୋଗ ପରେ ବୁଗୁଡ଼ା ପୁଲିସ କେସ୍ ନମ୍ବର ୧୩୪ରେ ମାମଲା ରୁଜୁ କରି ପ୍ରଦୀପଙ୍କ ଭାଇଭାଉଜଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe