ବୁଗୁଡ଼ା ଗୁଳିକାଣ୍ଡ ମାମଲା : ଚିକିତ୍ସାଧୀନ ଆହତଙ୍କ ମୃତ୍ୟୁ

Advertisment
ଶିବ ମନ୍ଦିରରୁ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ଖଣ୍ଡଗିରି : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ସୋରଡ଼ ଗ୍ରାମରେ ଘଟିଥିବା ଗୁଳିକାଣ୍ଡରେ ଆହତ ସରୋଜ ପ୍ରଧାନ (୩୯) ଆଜି ବିଳମ୍ବିତ ରାତିରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ଖଣ୍ଡଗିରି ଥାନା ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ୍‌ କହିଛି। ସୂଚନା ଅନୁସାରେ ଗତ ୨୬ ତାରିଖ ପୂର୍ବାହ୍‌ଣ ୧୦ଟା ବେଳେ ସରୋଜଙ୍କୁ ତାଙ୍କ ଗାଁ ମୁଣ୍ଡରେ ୨ ଜଣ ଦୁର୍ବୃତ୍ତ ଗୁଳି କରିଥିଲେ। ତାଙ୍କ ଦେହରେ ୪ଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ଅଣାଯାଇଥିଲା। ଅପରେସନ୍‌ ପରେ ତାଙ୍କ ଦେହରୁ ୩ଟି ଗୁଳି ବାହାର କରାଯାଇଥିଲା ଏବଂ ପରେ ଆଉ ଗୋଟେ ଗୁଳି କଢ଼ା ଯିବାର ଥିଲା। କିନ୍ତୁ ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe