ବିଧାୟକଙ୍କ ପାଇଁ ତୁରନ୍ତ ଗୃହ ନିର୍ମାଣ କର: ବାଚସ୍ପତି

Advertisment
ସବୁରି ପ୍ରିୟ ଥିଲେ ‘ଆନ୍ନା’: ବିଧାନସଭା ନିର୍ବାଚନରେ କେବେ ହାରି ନଥିଲେ

Twitter

ଭୁବନେଶ୍ୱର : ବିଧାୟକଙ୍କ ପାଇଁ ଆବଶ୍ୟକ କ୍ବାର୍ଟର୍ସ ନଥିବାରୁ ସେମାନଙ୍କ ପାଇଁ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରିବାକୁ କିଛି ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ଗୃହ ନିର୍ମାଣ ହୋଇପାରିନଥିବାରୁ ବିଧାୟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ କୋଠା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଏହି ଯୋଜନାର ସମୀକ୍ଷା ହୋଇଥିଲା। ଏଥିରେ କୁହାଯାଇଥିଲା ଯେ, ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଥାଇ ଭୁବନେଶ୍ବରର କେନ୍ଦ୍ର ସ୍ଥଳରେ ଏକ ବହୁତଳ ବିଶିଷ୍ଟ ଆବାସିକ ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ୭୦କୋଟି ଟଙ୍କା ଆବଣ୍ଟନ ହୋଇଥିବାବେଳେ ପ୍ରକଳ୍ପର ମୋଟ୍‌ ବ୍ୟୟ ଅଟକଳ ୪୦୦କୋଟି ଟଙ୍କା ରହିଛି। ଅତିରିକ୍ତ ବଜେଟ୍‌ରେ ସରକାରଙ୍କ ତରଫରୁ ୫୦କୋଟି ଟଙ୍କା ଅଲଗା ଏକ ହେଡ୍ ଅଫ୍ ଆକାଉଣ୍ଟରେ ପ୍ରଦାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ, ଇଷ୍ଟେଟ୍ ବ‌ିଭାଗ ନିର୍ଦ୍ଦେଶକ, ଓଡ଼ିଶା ହାଉସିଂବୋର୍ଡର ପରିଚାଳନା ନିର୍ଦ୍ଦେଶକ, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe