ମଣ୍ଡପ ନିର୍ମାଣ କରିଦିଅ, ଆମେ ଯାତ୍ରୀନିବାସ ଛାଡ଼ିଦେବୁ: ସୁର

ସୁରଙ୍କ ଦୁଇପୁଅ ହାରିଲେ

ଭୁବନେଶ୍ବର : ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଯାତ୍ରୀ ନିବାସର ୪ରୁ ୫ଟି ରୁମ୍‌କୁ ଏକାମ୍ର ସାଂସ୍କୃତିକୀ ପ୍ରକାଶନୀ କର୍ତ୍ତୃପକ୍ଷ ମାଡ଼ି ବସିଥିବାରୁ ସେଠାରେ ଯାତ୍ରୀ ରହିବା ନେଇ ସମସ୍ୟା ହେଉଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୨୦ ତାରିଖରେ ବିଧାନସଭାରେ କହିଥିଲେ।

ପରଦିନ ଅର୍ଥାତ ୨୧ ତାରିଖରେ ଏହି ପ୍ରସଙ୍ଗରେ ବିଧାୟକ ସୁରେଶ ରାଉତରାୟ ଗୃହରେ କହିଥିଲେ ଯେ, ଶ୍ରୀଲିଙ୍ଗରାଜ ପରିକ୍ରମା ଯୋଜନା କାମ ଆରମ୍ଭ ହେବା ବେଳେ ଏକାମ୍ର ପ୍ରକାଶନୀର ଭଜନ ମଣ୍ଡପକୁ ଭାଙ୍ଗିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଆମେ ଏହାକୁ ବିରୋଧ କରିବାରୁ ମୁଖ୍ୟମନ୍ତ୍ରୀ ଡାକି ଆଲୋଚନା କରିଥିଲେ। ଏହାର କ୍ଷତିପୂରଣ ବାବଦକୁ ଆମେ ୧୦କୋଟି ମାଗିଥିବାବେଳେ ଆମ ସହମତିରେ ୫କୋଟି ଦିଆଯାଇଥିଲା। ଏଠାରେ ୩୦ହଜାର ବହି ଥିବାରୁ ଏହାକୁ ରଖିବା, ଅନ୍ୟାନ୍ୟ ଆନୁଷଙ୍ଗିକ ଫର୍ଣ୍ଣିଚର, କାର୍ଯ୍ୟାଳୟକୁ ଯାତ୍ରୀନିବାସକୁ ସ୍ଥାନାନ୍ତର କରାଯାଇଥିଲା। ଏଥି ପାଇଁ ସରକାର ଅନୁମତି ଦେଇଥିଲେ। ତେଣୁ ଆମେ ଯାତ୍ରୀନିବାସ ମାଡ଼ି ବସିବାର ପ୍ରଶ୍ନ ଉଠୁନି। ଆମ ଭଜନ ମଣ୍ଡପ ତୁରନ୍ତ ନିର୍ମାଣ କରିଦେଲେ ଆମେ ଯାତ୍ରୀନିବାସ ଛାଡ଼ି ଦେବୁ ବୋଲି ଶ୍ରୀ ରାଉତରାୟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe