ଜମିରେ ହଳ କରୁଥିବା ବେଳେ ଓହଳି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ବଳଦ ସହିତ ମାଲିକଙ୍କ ମୃତ୍ୟୁ

Advertisment
ଲକ୍‌ଡାଉନ୍‌ ପରେ ବଢ଼ିଛି ବିଜୁଳି ରାଜସ୍ବ ସଂଗ୍ରହ

image source-The economic times

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମେଦିନପୁର ଗ୍ରାମରେ ଜମିରେ ହଳ କରୁଥିବା ବେଳେ ଓହଳି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ବଳଦ ସହିତ ମାଲିକଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମେଦିନିପୁର ଗାଁର ଚାଷୀ କୈଳାଶ ଚନ୍ଦ୍ର ସାହୁ ଆଜି ସକାଳୁ ହଳ ଲଙ୍ଗଳ ନେଇ ନିଜ ଚାଷ ଜମିରେ ହଳ କରିବା ପାଇଁ ଯାଇଥିଲେ । ହଳ କରୁଥିବା ବେଳେ ଓହଳି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ କୈଳାସ ଚନ୍ଦ୍ର ସାହୁ ଏବଂ ହଳ କରୁଥିବା ଗୋଟିଏ ବଳଦର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି । ବିଦ୍ୟୁତ ବିଭାଗର ବେପରୁଆ ମନଭାବ ଯୋଗୁଁ ଏଭଳି ଏକ ଦୁଃଖଦ ଘଟଣା ଘଟିଥିବା ଲୋକେ ପ୍ରକାଶ କରିଛନ୍ତି। ଜଣେ ମୋବାଇଲ ବ୍ୟବସାୟୀ ନିଜ ଦୋକାନ ପାଇଁ ପ୍ରାୟ ୨୦୦ ସହ ମିଟର ଦୂରରେ ଥିବା ଏକ ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ ନେଇଥିଲେ  । ଫଳରେ ତାରଟି ଓହଳି ହୋଇ ରହିଥିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe