ସମ୍ବଲପୁର: ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ

Advertisment
ସମ୍ବଲପୁର: ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତାହାତୀ

ନାକଟିଦେଉଳ: ସୋମବାର ସକାଳେ ନାକଟିଦେଉଳ ଥାନା ଅଧୀନ ବିନ୍ଦପୁର ଗ୍ରାମରେ ଗୋଟାଏ ଦନ୍ତାହାତୀ ଜଣେ ମହିଳାଙ୍କୁ କଚାଡ଼ି ମାରିଦେଇଛି।

ମୃତା ମହିଳା ହେଉଛନ୍ତି ୫୦ ବର୍ଷୀୟ ସନ୍ଧ୍ୟା ସାହୁ। ଆଜି ଭୋର୍‌ ପ୍ରାୟ ୫: ୩୦ ମିନିଟ୍‌ ସମୟରେ ସନ୍ଧ୍ୟା ଶୌଚ ହେବାକୁ ଘରୁ ପଦାକୁ ଆସିଲାବେଳେ ପୂର୍ବରୁ ଘର ପାଖକୁ ଚାଲିଆସିଥିବା ଗୋଟାଏ ବଣୁଆ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତତ୍‌କ୍ଷଣାତ୍‌ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ବନ ବିଭାଗର କର୍ମଚାରୀମାନେ ସେ ଗାଁରେ ପହଞ୍ଚିଛନ୍ତି।

ଆଖପାଖ ଜଙ୍ଗଲିଆ ଅଞ୍ଚଳରେ ରହୁଥିବା ସେ ହାତୀଟି ପୂର୍ବରୁ ମଣିଷ ମାରିଥିବା କଥା ବନବିଭାଗ ଲୋକେ କହୁଛନ୍ତି। ପ୍ରାୟ ଦେଢ଼ ବର୍ଷ ତଳେ ଉକ୍ତ ଗ୍ରାମ ପାଖରେ ସେ ଦନ୍ତାହାତୀ ଜଣକୁ ମାରି ଦେଇଥିଲା।

ସନ୍ଧ୍ୟାଙ୍କ ମୃତ୍ୟୁ ନିମନ୍ତେ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ହାତୀଟିକୁ ସେ ଅଞ୍ଚଳରୁ ଘଉଡ଼ାଇବାକୁ ଦାବି କରି ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe