ରାଜଧାନୀରେ ଷଣ୍ଢ ଆତଙ୍କ; ମହିଳା ଓ ଛାତ୍ର ଗୁରୁତର ଆହତ

ରାଜଧାନୀରେ ଷଣ୍ଢ ଆତଙ୍କ; ମହିଳା ଓ ଛାତ୍ର ଗୁରୁତର ଆହତ

ଭୁବନେଶ୍ୱର: ବୁଧବାର ରାଜଧାନୀରେ ଷଣ୍ଢ ଆତଙ୍କ ଦେଖିବାକୁ ମିଳିଥିଲା। ଆଜି ସକାଳୁ ଦୁଇତିନିଟି ଷଣ୍ଢ ଭୁବନେଶ୍ୱରର ଚିନ୍ତାମଣିଶ୍ୱର ଓ ବଡ଼ଗଡ଼ ଅଞ୍ଚଳରେ ଯାହାକୁ ଦେଖିଥିଲେ ତାକୁ ଗୋଡାଇବାକୁ ଲାଗିଥିଲେ। ଏହି ଆତଙ୍କ ରାଜଧାନୀବାସୀଙ୍କ ନିଦ ହଜେଇ ଦେଇଛି। ଷଣ୍ଢ ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଉଛନ୍ତି। ଗୁରୁତର ଆହତଙ୍କ ମଧ୍ୟରୁ ଜଣେ ମହିଳା ଓ ଅନ୍ୟ ଜଣେ ଛାତ୍ର ରହିଛନ୍ତି।

publive-image

ସୂଚନାଯୋଗ୍ୟ, ଗୁରୁତର ଛାତ୍ରଙ୍କ ନାମ ଦୀପୁ ସାହୁ ବୋଲି ଜଣାପଡ଼ିଛି। ସେ ଚିନ୍ତାମଣିଶ୍ୱର କେନାଲ ଦେଇ ଯାଉଥିବା ସମୟରେ ମାରଣା ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ। ଷଣ୍ଢ ଦୀପୁଙ୍କ ଜଙ୍ଘକୁ ଭୁସି ତଳେ କଚାଡି ଦେଇଥିଲା। ସ୍ଥାନୀୟ ଓ ପରିବାରଲୋକେ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍‌ପିଟାଲ୍‌ରେ ଦୀପୁଙ୍କୁ ଭର୍ତ୍ତି କରିଥିଲେ। ସେହିପରି ବଡ଼ଗଡ଼ ଅଞ୍ଚଳରେ ଷଣ୍ଢ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ନାମ ଦୀପା ସାହୁ ବୋଲି ଜଣାପଡ଼ିଛି।

publive-image

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଷଣ୍ଢକୁ କାବୁ କରାଯାଇ ପାରି ନଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଛି।। ଅନେକ ଲୋକେ ଘରେ ତାଟି କବାଟ ପକାଇ ରହିଛନ୍ତି। ଯାହାର କିଛି ଜରୁରୀ କାମ ରହିଛି ସେହି ଲୋକମାନେ ହାତରେ ବାଡ଼ି ଧରି ଘରୁ ବାହାରକୁ ବାହାରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe