koradanews.com
ସମ୍ବଲପୁର : ମୃତ୍ୟୁ ଏମିତି ବି ଆସେ ଏହା କାହାରି ବି ଚିନ୍ତା ବାହାରେ। ଦୁଇ ନାବାଳକ ଭାଇ ଖେଳୁ ଖେଳୁ ଗୁଳି ଫୁଟି ଜଣକର ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଭଟଲି ଗାଁରେ। ପ୍ରକାଶ ଯେ, ଗତ ୧୪ ତାରିଖ ଦିନ ଦୁଇ ଭାଇ ଖେଳୁଥିଲେ। ତାଙ୍କ ଭିତରୁ ଜଣେ ଘରେ ଥିବା ଏକ ଚଢ଼େଇମରା ବନ୍ଧୁକକୁ ଆଣିଥିଲା । ବନ୍ଧୁକ ଧରି ଦୁହେଁ ଖେଳୁଥିବା ସମୟରେ ବନ୍ଧୁକରୁ ଏକ ଗୁଳି ଫୁଟି ଜଣଙ୍କ କାନ ପାଖରେ ବାଜିଥିଲା। ଗୁରୁତର ଅବସ୍ଥାରେ ଶିଶୁଟିକୁ ବୁର୍ଲା ଭିମ୍ସାର୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ଭୋର୍ ୩ଟା ୫୦ ସମୟରେ ଶିଶୁଟିର ମୃତ୍ୟୁ ହୋଇଛି।
Follow Us