ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଉରକେଲା ସହରରେ ଜନୈକ ଆରଏସପି କର୍ମଚାରୀ ଦମନ ତ୍ରିପାଠୀଙ୍କ ବି-୧୭୧ ବାସଭବନରେ ବଡ଼ ଧରଣର ଚୋରି ହୋଇଥିବାର ଖବର ମିଳିଛି। ଦୁଇ ଦିନ ପାଇଁ ଦମନ ଓ ପତ୍ନୀ ମିନତୀ ସହର ବାହାରକୁ ଯାଇଥିବାବେଳେ ଦୁର୍ବୃତ୍ତମାନେ ଦମନ ତ୍ରିପାଠୀଙ୍କ ଘରେ ପଶି କଳା କନା ବୁଲାଇଥିବା ଜଣାଯାଇଛି । ନଗଦ ୩୦ ହଜାର ଟଙ୍କା ଓ ୫/୬ ଲକ୍ଷ ଟଙ୍କାର ସୁନାଗହଣା ଚୋରି ହୋଇଥିବାର ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଦମନ ତ୍ରିପାଠୀ ତାଙ୍କ ପତ୍ନୀ ମୀନତି ଏବଂ ଝିଅକୁ ସାଙ୍ଗରେ ଧରି ଗତ ୨ ତାରିଖ ଦିନ ଭୁବନେଶ୍ବର ଯାଇଥିଲେ । ସଠାରେ ୩ ଓ ୪ ତାରିଖ ଦୁଇ ଦିନଧରି ରହିବାପରେ ଆଜି ସକାଳେ ରାଉରକେଲାରେ ପହଞ୍ଚିଥିଲେ। ସେମାନେ ସରକାରୀ କ୍ବାର୍ଟରରେ ପହଞ୍ଚି ଦେଖିଲେ ଯେ ତାଙ୍କ ଘରର ଆଜବେଷ୍ଟସ ଛାତ ଭଙ୍ଗା ଯାଇଛି। ତାପରେ ଘର ତାଲା ଖୋଲି ଦେଖିଲେ ଯେ ଘରର ଆଲମାରି ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୩୦ ହଜାର ଟଙ୍କା ଓ ୫/୬ ଲକ୍ଷ ଟଙ୍କାର ସୁନାଗହଣା ଚୋରି କରି ନେଇଛନ୍ତି। ଦମନ ତ୍ରିପାଠୀ ତାଙ୍କ ଝିଅର ବାହାଘରଲାଗି ଟଙ୍କା ଏବଂ ଗହଣା ରଖିଥିଲେ।
image source-youtubeଏ ସଂପର୍କରେ ଖବରପାଇ ସେକ୍ଟର-୧୯ ଥାନା ପୁଲିସ ଦମନ ତ୍ରିପାଠୀଙ୍କ ଘରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି।
Follow Us