ବୁର୍ଲା ମେଡିକାଲରେ ରୋଗୀଙ୍କ ଜୀବନ ସହ ଖେଳ : ୨୬ ମିନିଟ ଧରି ଅନ୍ଧାରରେ ଆଇସିୟୁ

Advertisment
ବୁର୍ଲା ମେଡିକାଲରେ ରୋଗୀଙ୍କ ଜୀବନ ସହ ଖେଳ : ୨୬ ମିନିଟ ଧରି ଅନ୍ଧାରରେ ଆଇସିୟୁ

ସମ୍ବଲପୁର : ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ରୋଗୀଙ୍କ ଜୀବନ ସହ ଖେଳ। ପ୍ରାୟ ଅଧ ଘଣ୍ଟା ଧରି ଅନ୍ଧାରରେ ରହିଲା ଆଇସିୟୁ। ଭେଣ୍ଟିଲେଟରରେ ଥିବା ରୋଗୀଙ୍କ ଅବସ୍ଥା ସଙ୍କଟ ଘେରକୁ ଚାଲି ଆସିଥିଲା। ବୁର୍ଲା ମେଡିକାଲରେ ବିଜୁଳି କାଟିବା ପୂର୍ବରୁ ‌େୱସ୍କୋ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବାରୁ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିନଥିବା କହିଛନ୍ତି ମେଡିକାଲ ଅଧିକ୍ଷିକା ଡ.ଜୟଶ୍ରୀ ଦୋରା। ଏଭଳି ବିନା ସୂଚନାରେ ବିଜୁଳି କାଟିବା ରୋଗୀଙ୍କ ପାଇଁ ବିପଜ୍ଜନକ ବୋଲି ସେ କହିଛନ୍ତି। ତେବେ, ଏହାକୁ ନେଇ କୌଣସି ଅଘଟଣ ଘଟିନଥିବା ମେଡିକାଲ ପକ୍ଷରୁ କୁହାଯାଇଛି।

‌େୱସ୍କୋର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜିତ ନାଏକ କହିଛନ୍ତି, ‌େୱସ୍କୋ ପକ୍ଷରୁ ବୁର୍ଲା ମେଡିକାଲରେ କୌଣସି ଲାଇଟ କଟାଯାଇ ନାହିଁ। ମେଡିକାଲର ଆଉଟ୍‌ ଗୋଇଙ୍ଗ କେବୁଲରେ ନିଆଁ ଲାଗି ଯାଇଥିଲା। ଏହା ମରାମତି କରିବା ପାଇଁ ୨୦ ମିନିଟରୁ ଅଧା ଘଣ୍ଟା ଲାଗିଥିଲା। ରାଜ୍ୟର ସମସ୍ତ ଡାକ୍ତରଖାନାକୁ ଅନବରତ ବିଜୁଳି ସେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବିଜୁଳି ବିତରଣ ସଂସ୍ଥାକୁ ନିର୍ଦେଶ ରହିଛି। ଆବଶ୍ୟକସ୍ଥଳେ ବିଜୁଳି କଟାଗଲେ ଏ ନେଇ ପୂର୍ବରୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି। ଯେପରିକି ରୋଗୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ। ମାତ୍ର ପୂର୍ବାହ୍ନ ପ୍ରାୟ ୧୧ଟାରୁ ପ୍ରାୟ ୨୬ ମିନିଟ ପର୍ଯ୍ୟନ୍ତ ଲାଇଟ କଟିଗଲା। ସବୁଠାରୁ ଆଶ୍ଚର୍ଯ୍ୟ ଏତେ ସମୟ ବିଜୁଳି କଟିଯାଇଥିଲେ ମଧ୍ୟ ବିକଳ୍ପ ବିଜୁଳି ବ୍ୟବସ୍ଥା କରାଗଲା ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ବୁର୍ଲା ମେଡିକାଲ ଆଇସିୟୁରେ ସମୁଦାୟ ୨୦ଟି ଶଯ୍ୟା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe