ବୁର୍ଲାରେ ପ୍ରିୟାଶୁଂଙ୍କ ମୃତ୍ୟୁ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, ନ୍ୟାୟିକ ତଦନ୍ତ ଦାବି କଲେ ସଂସାଦ ରୁଦ୍ରପାଣି

Advertisment

ଭୁବନ ଗ୍ରାମନିବାସୀ ବୁର୍ଲା ଇଞ୍ଜିନିୟରିଙ୍ଗ ଛାତ୍ର ପ୍ରିୟାଶୁଂଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପ୍ରିୟାଶୁଂ ସମ୍ବଲପୁର ଜିଲ୍ଲା ବୁର୍ଲା ଇଞ୍ଜିନିଅରିଙ୍ଗ କଲେଜର ବି‌-ଟେକ୍ ପ୍ରଥମ ବର୍ଷ ଛାତ୍ର ଥିଲେ...

ଭୁବନ ଗ୍ରାମନିବାସୀ ବୁର୍ଲା ଇଞ୍ଜିନିୟରିଙ୍ଗ ଛାତ୍ର ପ୍ରିୟାଶୁଂଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପ୍ରିୟାଶୁଂ ସମ୍ବଲପୁର ଜିଲ୍ଲା ବୁର୍ଲା ଇଞ୍ଜିନିଅରିଙ୍ଗ କଲେଜର ବି‌-ଟେକ୍ ପ୍ରଥମ ବର୍ଷ ଛାତ୍ର ଥିଲେ...

Burla priyanshu's death:  Family allegations murder,  MP rudrapani demands judicial inquiry

Burla priyanshu's death: Family allegations murder, MP rudrapani demands judicial inquiry Photograph: (sambad.in)

ଭୁବନ: ଭୁବନ ଗ୍ରାମନିବାସୀ ବୁର୍ଲା ଇଞ୍ଜିନିୟରିଙ୍ଗ ଛାତ୍ର ପ୍ରିୟାଶୁଂଙ୍କ  ମୃତ୍ୟୁକୁ  ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୫ ଅନ୍ତର୍ଗତ  ସେନସାହି ସ୍ଥିତ  ସଞ୍ଜୟ  କୁମାର ବେହେରାଙ୍କ  ଏକମାତ୍ର ପୁତ୍ର ମେଧାବୀ ଛାତ୍ର  ପ୍ରିୟାଶୁଂ ପ୍ରକାଶ ବେହେରାଙ୍କ ସଲୀଳ ସମାଧି  ହୋଇଥିବା ଜଣାପଡିଛି।

ଘଟଣାରୁ ଜଣାପଡିଛି ପ୍ରିୟାଶୁଂ  ସମ୍ବଲପୁର  ଜିଲ୍ଲା ବୁର୍ଲା ଇଞ୍ଜିନିଅରିଙ୍ଗ କଲେଜର ବି‌-ଟେକ୍ ପ୍ରଥମ ବର୍ଷ ଛାତ୍ର ଥିଲେ। ସେ ବାପା ମା’ଙ୍କର ଏକ ମାତ୍ର ପୁତ୍ର ଥିଲେ। ଗୁରୁବାର ଦିନ କଲେଜର  ପରୀକ୍ଷା ଶେଷ  ହୋଇଥିଲା  । ବାପାଙ୍କୁ ପରୀକ୍ଷା ଶେଷ ପରେ ଘରକୁ ଆସିବାକୁ  ଟ୍ରେନ୍ ଟିକେଟ କାଟିଥିବା  ଫୋନ୍ କରି କହିଥିଲେ। ପାଖରେ ଥିବା ହୀରାକୁଦ କେନାଲରେ ସାଙ୍ଗମାନଙ୍କ ସହିତ ଗାଧୋଇବା ସମୟରେ ସେ ପାଣିରେ ବୁଡି ଯାଇଥିଲେ।

ତେବେ ପରୀକ୍ଷା ସରିବା ପରେ  କିଭଳି କେଉଁ ପରିସ୍ଥିତିରେ  ହଷ୍ଟେଲ୍କୁ ନଯାଇ  ୬ କିମି ଦୂର ପାୱାର ଚ୍ୟାନେଲକୁ ଯାଇ ଗାଧୋଇ ଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କଲେଜ କର୍ତ୍ତୃପକ୍ଷଙ୍କ ଅପରିଣାମଦର୍ଶିତାରୁ  ମେଧାବୀ ଛାତ୍ରଙ୍କର  ମୃତ ଘଟିଲା ବୋଲି ଅଭିଯୋଗ  ହେଉଛି ।

ପ୍ରିୟାଶୁଂ ଭୁବନ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଠାରେ  ପ୍ରାଥମିକ ଶିକ୍ଷା ଶେଷ ପରେ  ଢେଙ୍କାନାଳ ଜିଲାର  ପ୍ରମୁଖ ଶିକ୍ଷାକେନ୍ଦ୍ର କାନପୁରା  ପଞ୍ଚାୟତରାଜ ହାଇସ୍କୁଲରେ  ମାଟ୍ରିକ୍ ପାସ କରିଥିଲେ। ପରେ  ଭୁବନେଶ୍ବର ଜୁପିଟର  କଲେଜରେ  ଯୁକ୍ତ ୨ ଶେଷ କରିଥିଲେ।ଇଞ୍ଜିନିୟରିଙ୍ଗ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ  ବୁର୍ଲା  ସ୍ଥିତ  ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଙ୍ଗ ବିଭାଗରେ ପ୍ରଥମ ବର୍ଷ ଛାତ୍ର ଥିଲେ। ପରୀକ୍ଷା ପରେ ଘରକୁ ଆସିବା ପରିବର୍ତ୍ତେ  କେନାଲକୁ କିଭଳି ଗଲେ  ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମୃତ ଛାତ୍ରଙ୍କର  ପକେଟରେ  ପ୍ରଶ୍ନପତ୍ର ରହିଥିବା ବେଳେ  ମୋବାଇଲଟି  ଗାଏବ ଘଟଣାକୁ ସନ୍ଦେହ ଜନକ କରୁଛି  ବୋଲି   ଛାତ୍ରର  ଅଜା  ତଥା ଅବସରପ୍ରାପ୍ତ ଶିକ୍ଷକ  ସମ୍ବଲପୁର ବାସିନ୍ଦା   ଗୌରାଙ୍ଗ ଚରଣ ଦାସ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: ପନିର ଖାଇ ୨୨ ଜଣ ଅସୁସ୍ଥ

ଘଟଣା ସମ୍ପର୍କରେ ଜାଣିବା ପରେ  ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,  ବିଧାୟକ ଶତ୍ରୁଘ୍ନ ଜେନା,  ପୂର୍ବତନ  କାଉନ୍ସିଲର ପୁଷ୍ପାଳତା ଦାସ ଅବସରପ୍ରାପ୍ତ  ପୁଲିସ  ଶ୍ରୀଧର ବେହେରାଙ୍କ ସମେତ ବହୁ  ବୁଦ୍ଧିଜିବୀ ସେନସାହି  ବାସ ଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଛାତ୍ର ମୃତର  ପ୍ରକୃତ କାରଣ  ଜାଣିବା ସହ  ଦୋଷୀକୁ  ଚିହ୍ନଟ କରିବା ପାଇଁ ସମ୍ବଲପୁର ଏସ୍‌ପିଙ୍କ ସହ ଫୋନ ଯୋଗେ  ସାଂସଦ ରୁଦ୍ରନାରାୟଣ ପାଣି କଥା ହୋଇଛନ୍ତି। ନ୍ୟାୟ ପାଇଁ  ବାପା ସଞ୍ଜୟ ବେହେରା  ନିର୍ବାଚିତ ପ୍ରତିନିଧିଙ୍କ  ଜରିଆରେ  ରାଜ୍ଯ ମୁଖ୍ୟମନ୍ତ୍ରୀ  ମୋହନ ମାଝୀଙ୍କୁ  ନିବେଦନ କରିଛନ୍ତି।

ଅଧିକ ପଢ଼ନ୍ତୁ: ରାଜା ଚକ୍ରଙ୍କ ସହିତ ବହୁ ହାଇ-ପ୍ରୋଫାଇଲ୍ ବ୍ୟକ୍ତି ଜଡିତ, କାହାକୁ ଛଡାଯିବ ନାହିଁ: ଆଇନ ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe