୩ଦିନ ପାଇଁ ବନ୍ଦ ରହିବ ଭିସୁଟ୍

ଭିସୁଟରେ ୨୯ ଛାତ୍ରଙ୍କୁ କରୋନା: ୧୧ଟି ହଷ୍ଟେଲରେ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା

image source--odishabytes

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ବୁର୍ଲା ଭିସୁଟ୍ (ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ) ୩ଦିନ ପାଇଁ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ଏନେଇ ଭିସୁଟର ରେଜିଷ୍ଟ୍ରାର୍ ଏକ ଚିଠି ଜାରି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବୁର୍ଲା ଭିସୁଟ୍ ଶନିବାର, ରବିବାର ଓ ସୋମବାର ବନ୍ଦ ରହିବ । କରୋନା ସଂକ୍ରମଣକୁ ଆଖିରେ ଆଗରେ ରଖି ଭିସୁଟ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ବିଶୋଧନ କରିବା ପାଇଁ କ୍ୟାମ୍ପସ ବନ୍ଦ ରହିବ ବୋଲି ଜଣାଯାଇଛି। ତେବେ ଏହି ସମୟରେ ଅଧ୍ୟାପକ/ ଅଧ୍ୟାପିକାମାନେ ଅନଲାଇନରେ ପାଠ ପଢାଇବେ ବୋଲି ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe