Photo by : Maharashtra Today
ନାଲ୍କୋନଗର: ଗତକାଲି ବିଳମ୍ବିତ ରାତିରେ ନାଲ୍କୋନଗର ଥାନା ବଳରାମପ୍ରସାଦ ଗାଁର ପାହାଡ଼ ତଳି ବସ୍ତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ଦ୍ରୌପଦି ପ୍ରଧାନ(୪୫) ଏବଂ ନିଜ ଘର ହିନ୍ଦୋଳ ଅଞ୍ଚଳରେ। ସେ ଏହି ବସ୍ତିରେ ଚାଳିଆ ଘରେ ଏକୁଟିଆ ରହୁଥିଲେ। ଗତକାଲି ରାତିରେ ଶୋଇଥିବା ବେଳେ ଦୁର୍ବୃତ୍ତ କବାଟ ବାହାର ପଟୁ ତାଲା ମାରି ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ନିଆଁରେ ଜଳି ଯାଇ ଦ୍ରୌପଦୀ ପ୍ରାଣ ହରାଇଛନ୍ତି। ଟଙ୍କା ପଇସାକୁ କେନ୍ଦ୍ର କରି ମା’କୁ ହତ୍ୟା କରାଯାଇଛି ବୋଲି ଝିଅ ଯଶୋଦା ପ୍ରଧାନ ନାଲ୍କୋନଗର ଥାନାରେ ଅଭିଯୋଗ କରିଛନ୍ତି।
  
 Follow Us