ଜଗତସିଂହପୁର/କୁଜଙ୍ଗ: ପତ୍ନୀ, ଶାଶୂ ଓ ଶ୍ବଶୁରଙ୍କୁ ନିଆଁରେ ପୋଡ଼ି ହତ୍ୟା କରିବା ଓ ଶ୍ବଶୁର କବ୍ଜାରେ ପଡି ଜ୍ବାଇଁ ବି ଜଳି ଯାଇ ପ୍ରାଣ ହରାଇବା ଘଟଣାର ତଦନ୍ତ ପାଇଁ ପୁଲିସ ଖିଅ ଖୋଜୁଛି। ପରିବାରର ଏକମାତ୍ର ପୁଅ ବାଙ୍ଗାଲୋରରେ ରହୁଥିବା ବେଳେ ସେ ଆଜି ଆସି ପହଞ୍ଚିଛନ୍ତି। କିନ୍ତୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ କେହି ନଥିବାରୁ ପୁଲିସ କେବଳ ରୁବିନାଙ୍କ ମୃତ୍ୟୁକାଳୀନ ବୟାନକୁ ଭରସା କରୁଛି। ଘରେ ଥିବା ସମସ୍ତେ ମୃତ୍ୟୁବରଣ କରି ସାରିଥିବାରୁ ଏବେ କେବଳ ରୁବିନାଙ୍କ ମୃତ୍ୟୁକାଳୀନ ବୟାନ ଉପରେ ତଦନ୍ତ ନିର୍ଭର କରୁଛି। ଅନ୍ୟପଟେ ରୁବିନା ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଛନ୍ତି ଯେ, ‘ ତା’ (ସ୍ବାମୀ ହରେକୃଷ୍ଣ) ଘର ଭଦ୍ରକ ତିହିଡ଼ି ଅଞ୍ଚଳର ବାଲିତିତିରା ଗାଁ। ଘରେ ତା’ର ବିଧବା ମା’ ଓ ପାଗଳି ଭଉଣୀ। ତାକୁ ବାଡ଼ାଏ। ମୁଁ କହିବାରୁ ମୋତେ ବି ବାଡ଼େଇଲା। ଏଣୁ ମିଛ ସତ କହି ଆମ ଘରକୁ ପଳାଇ ଆସିଲି। ଆଜି ରାତିରେ ପୁଣି ଥରେ ଆସିଲା କବାଟ ବାଡ଼େଇ, ଭାଙ୍ଗି କିରାସିନି କି ପେଟ୍ରୋଲ କ’ଣ କେଜାଣି ପ୍ରଥମେ ମୋ ଓ ବୋଉ ଉପରେ ଢାଳିଦେଲା। ଏହାପରେ ଘର ଭିତରେ ନିଆଁ ଲଗାଇଦେଲା। ପରେ ମୋ ବାପାକୁ ଜାଳିଲା। ମୋ ବାପା ଏବେ କେଉଁଠି ଅଛି? ’ ଯନ୍ତ୍ରଣାଭରା କଣ୍ଠରେ ମୃତ୍ୟୁ ପୂର୍ବରୁ ଏଭଳି ବୟାନ ଦେଇଥିଲେ ରୁବିନା।
୩ ଜଣଙ୍କୁ ଜାଳି ଜଳିଗଲା ଜ୍ବାଇଁ...
Advertisment
Follow Us