କୁଲଡିହା ଜଙ୍ଗଲ ଜଳୁଛି

Advertisment
କୁଲଡିହା ଜଙ୍ଗଲ ଜଳୁଛି

ସୋର: ସୋର ବ୍ଲକ୍‌ ଶିଙ୍ଗାଖୁଣ୍ଟା ସରଳିଆ ନିକଟବର୍ତ୍ତୀ କୁଲଡ଼ିହା ଅଭୟାରଣ୍ୟ ଅଧୀନ ଦେବଗିରି ପାହାଡ଼ରେ ଆଜି ମଧ୍ୟାହ୍ନରେ ଚତୁର୍ଥ  ଥର ପାଇଁ ନିଆଁ ଲାଗିଯାଇଛି। ଫଳରେ ବ୍ୟାପକ ଜଙ୍ଗଲ ଅଞ୍ଚଳରୁ ବିଭିନ୍ନ ଗଛ ପୋଡ଼ି ପାଉଁଶ ହୋଇଯାଇଛି।

ଖବର ପାଇ ଜଙ୍ଗଲ ସୁରକ୍ଷା କମିଟି, ଜଙ୍ଗଲ ଜଗୁଆଳି ଶ୍ରୀକାନ୍ତ ହେହୁରି, ବନ ବିଭାଗ କର୍ମଚାରୀ ଦେବେନ୍ଦ୍ର ରାଉତ, ନିଆଁ ଲିଭାଳି ବସନ୍ତ ସେଠୀ ମେସିନ୍‌ ସହାୟତାରେ ଦୀର୍ଘ ସମୟ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିଲେ। ଚଳିତ ମାସରେ ଚତୁର୍ଥ ଥର ପାଇଁ ଜଙ୍ଗଲରେ ଅଗ୍ନିକାଣ୍ତ ଘଟିଥିବା ଗାଁ ଲୋକ କହିଛନ୍ତି। ପ୍ରକାଶଯୋଗ୍ୟ, କିଛି ଶିକାରୀ ଶୁଖିଯାଇଥିବା ଡାଳପତ୍ରରେ ନିଆଁ ଲଗାଇ ଦେଉଛନ୍ତି। ଜଙ୍ଗଲ କର୍ମଚାରୀଙ୍କ ଅବହେଳାରୁ ସେହି ନିଆଁ ଜଙ୍ଗଲକୁ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe