ଯୁବ ବ୍ୟବସାୟୀଙ୍କୁ ଜିଅନ୍ତା ଜାଳିଦେଲେ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Advertisment

ମୁଖ୍ୟ ଅଭିଯୁକ୍ତ ଗିରଫ

ମୁଖ୍ୟ ଅଭିଯୁକ୍ତ ଗିରଫ

ଯୁବ ବ୍ୟବସାୟୀଙ୍କୁ ଜିଅନ୍ତା ଜାଳିଦେଲେ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଜଣେ ଯୁବ ବ୍ୟବସାୟୀଙ୍କୁ ଜିଅନ୍ତା ପୋଡ଼ି ହତ୍ୟା ଉଦ୍ୟମ କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। ସୂଚନା ଅନୁଯାୟୀ ବଡ଼ଖିର ପଞ୍ଚାୟତ ଗୋପପୁର ଗ୍ରାମର ସ୍ବର୍ଗତ ଜୟରାମ ସାହୁଙ୍କ ମଝିଆ ପୁଅ ଆତ୍ମାରାମ ସାହୁ(୪୩) ନିଶ୍ଚିନ୍ତକୋଇଲି ବଜାରରେ ବହୁ ବର୍ଷ ହେଲା କଂସାବାସନ, ସ୍ବର୍ଣ୍ଣ ଅଳଙ୍କାର ଦୋକାନ କରିଛନ୍ତି। ଗତକାଲି ନିଶ୍ଚିନ୍ତକୋଇଲି ସାପ୍ତାହିକ ହାଟ ଥିବା ଯୋଗୁ ଶ୍ରୀ ସାହୁ ନିଜର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ରାତିରେ ଘରକୁ ଫେରୁଥିଲେ।

ଏହି ସମୟରେ ନିଶ୍ଚିନ୍ତକୋଇଲି ବଜାରରେ ଜଣେ ଯୁବକଙ୍କ ସହ ତାଙ୍କର କୌଣସି ଘଟଣାକୁ ନେଇ ବଚସା ହୋଇଥିଲା। ଶ୍ରୀ ସାହୁ ତାଙ୍କର ବାଇକରେ ଘରକୁ ଫେରୁଥିଲା ବେଳେ ଗୋପପୁର ଭଗବତୀ ଛକ ନିକଟରେ କେତେକ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ମାରି ଟଙ୍କା, ସୁନାଚେନ ଓ ସୁନା ମୁଦି ଛଡ଼ାଇ ନେବା ସହ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଶ୍ରୀ ସାହୁଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ପରିବାରକୁ ଖବର ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲକୁ ନିଆଯାଇଛି। ତାଙ୍କ ଶରୀରର ୫୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଛି। ଏ ସମ୍ପର୍କରେ ତାଙ୍କ ବଡ଼ଭାଇ ଅନିରୁଦ୍ଧ ସାହୁ ନିଶ୍ଚିନ୍ତକୋଇଲି ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି। ସେହି ଅଭିଯୋଗକୁ ଭିତ୍ତି କରି ନିଶ୍ଚିନ୍ତକୋଇଲି ଥାନା ଏକ ମାମଲା ରୁଜୁ କରିବା ସହିତ ମୁଖ୍ୟ ଅଭିଯୁକ୍ତ ଗୋପପୁର ଗ୍ରାମର ଅନାଦି ଚରଣ ସାହୁକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe