ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‌ଗେଟ୍‌ ନିକଟରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

Advertisment
ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‌ଗେଟ୍‌ ନିକଟରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

ଭୁବନେଶ୍ବର: ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ପିପିଲି ଟୋଲ୍‌ଗେଟ୍‌ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଓଟଲି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର ସାମ୍ନା କରିଥିବା ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ପିପିଲି ଟୋଲ ଗେଟ୍ ନିକଟରେ ଘଟିଥିବା ଦୁର୍ଘଟଣାର ସାମ୍ନା କରିଛନ୍ତି ବସ୍‌ର ହେଲପର। ତାଙ୍କ ପୂରା ପରିଚୟ ମିଳିପାରି ନାହିଁ।

publive-image

ସୂଚନା ଅନୁସାରେ ସାରଳା ନାମକ ଏକ ଯାତ୍ରୀବାହୀ ବସ୍ ପ୍ରତିଦିନ ଭଳି ଆଜି ମଧ୍ୟ ୫୦ ଜଣ ଯାତ୍ରୀ ନେଇ ଭୁବନେଶ୍ୱରରୁ ଅସ୍ତରଙ୍ଗ ଯାଉଥିଲା। ପିପିଲି ଟୋଲ୍‌ଗେଟ୍ ଅତିକ୍ରମ କରି ମାତ୍ର ଅଳ୍ପ କିଛି ମିଟର ଯାଇଥିବା ବେଳେ ତା’ ସାମ୍ନାକୁ ଏକ କାର୍ ହଠାତ୍ ପଶି ଆସିଥିଲା। ଏହି ସମୟରେ ଡ୍ରାଇଭର ବ୍ରେକ୍ ଦେଇ ବସ୍‌କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ବସ୍‌ର ଚାଳକ ନିୟନ୍ତ୍ରଣ ହରାଇ ଡିଭାଡର ଉପରେ ଚଢ଼ାଇ ଦେଇଥିଲେ। ଫଳରେ ବସ୍‌ଟି ଘଟଣାସ୍ଥଳରେ ହିଁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ୧୩ ଜଣଙ୍କୁ ପିପିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥବା ବେଳେ ଗୁରୁତର ଥିବା ୨ ଜଣ ମହିଳାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe