ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍ ଓଲଟିଲା: ୩୫ ଯାତ୍ରୀ ଗୁରୁତର ଆହତ

Advertisment
ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍ ଓଲଟିଲା: ୩୫ ଯାତ୍ରୀ ଗୁରୁତର ଆହତ

ପିପିଲି: ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍ ଓଲଟି ପଡ଼ିବା ଫଳରେ ପ୍ରାୟ ୩୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ପୁରୀରୁ ଶହେ ପାଖାପାଖି ଯାତ୍ରୀଙ୍କୁ ନେଇ ନେଇ ଫେରୁଥିବା ବେଳେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ସାତଶଙ୍ଖର ଯଶୁଆପୁରଠାରେ ସାରଳା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

publive-image

ବସଟି  ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ଏହାଫଳରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୩୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲ, ପିପିଲି, ମଙ୍ଗଳପୁର ଓ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଭରଲୋଡିଂ କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ବସରେ ଅତି ବେଶିରେ ୪୦ ଯାତ୍ରୀଙ୍କ ଲାଗି ସିଟ୍ ଥିବା ବେଳେ  ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସ୍ ଆସୁଥିଲା। ଦୁର୍ଘଟଣା ଘଟିବା ପରେ ଚାଳକ, କଣ୍ଡକ୍ଟର ଓ ହେଲପର୍ ଫେରାର୍ ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe