ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ଗ୍ରାମ ନିକଟ ବଲାଣୀ ରାସ୍ତାରେ ଆଜି ମଧ୍ୟାହ୍ନ ୧୨ଟାରେ ମାଳତୀ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛିI ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଗୋଟିଏ ଗାଈର ମୃତ୍ୟୁ ହୋଇଛି। 

Advertisment

ସୂଚନା ଅନୁସାରେ ଯାତ୍ରୀବାହୀ ବସ୍‌ (ଓଆର ୧୨ସି ୨୧୪୨) ଗଂଜାମ ଜିଲ୍ଲା ଆସିକା ଠାରୁ ରାୟଗଡ଼ାର ମୁନିଗୁଡ଼ା ଅଭିମୁଖେ ଯାଉଥିଲା। ମଧ୍ୟାହ୍ଣ ପ୍ରାୟ ୧୨ଟାରେ ବସ୍‌ଟି ଲିଙ୍ଗାଗଡ଼ ଗ୍ରାମ ନିକଟ ବଲାଣୀ ରାସ୍ତାରେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ  ଗୋରୁପଲ ଆସୁଥିଲେ। ହଠାତ୍ ଦୁଇଟି ଗୋରୁ ନିଜ ଭିତରେ ଲଢ଼େଇ ହେବା ସହ ରାସ୍ତା ଉପରକୁ ଉଠିଆସିଥିଲେI ଡ୍ରାଇଭର ବିଜୟ ନାରାୟଣ ପ୍ରଧାନ ଉକ୍ତ ଦୁଇ ଗୋଟି ଗୋରୁଙ୍କୁ ବଞ୍ଚେଇବାକୁ ଉଦ୍ୟମ କରିଥିଲେ। ବସଟି ରାସ୍ତାକଡ଼କୁ ଖସି ଯାଇ ଓଲଟି ପଡ଼ିଥିଲା।

ଯାତ୍ରୀବାହୀ ବସ୍‌ ଗଂଜାମ ଜିଲ୍ଲା ଆସିକା ଠାରୁ ମୁନିଗୁଡ଼ା ଅଭିମୁଖେ ଯାଉଥିଲା। ମଧ୍ୟାହ୍ଣ ପ୍ରାୟ ୧୨ଟାରେ ବସ୍‌ଟି ଲିଙ୍ଗାଗଡ଼ ଗ୍ରାମ ନିକଟ ବଲାଣୀ ରାସ୍ତାରେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ  ଗୋରୁପଲ ଆସୁଥିଲେ। ହଠାତ୍ ଦୁଇଟି ଗୋରୁ ନିଜ ଭିତରେ ଲଢ଼େଇ ହେବା ସହ ରାସ୍ତା ଉପରକୁ ଉଠିଆସିଥିଲେI

publive-image

ଦୁର୍ଘଟଣାରେ ଏକ ଗାଈର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଜଣେ ମହିଳା ଯାତ୍ରୀ ଗୁରୁତର ଥିବା ସୂଚନା ମିଳିଛିI ଆହତ ଯାତ୍ରୀଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଛିI ଦୁର୍ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିବା ସହ ସ୍ଥାନୀୟ ଏସଡିପିଓ ବିଜୟ କୁମାର ବିଶି, ଆଇଆଇସି ଭଗବାନ ପୂଜାରୀ,ଏସଆଇ ଅନନ୍ତ କୁମାର ପ୍ରଧାନ, ଏଏସଆଇ ରବିନ୍ଦ୍ର ନାଥ ସେଠୀ, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣା ନେଇ ତଦନ୍ତ କରୁଥିବା ଦେଖିବାକୁ ମିଳିଛିI

ଏହି ଖବର ପଢ଼ନ୍ତୁ: ଗରିବ ଅସହାୟ ଅବିବାହିତା କସ୍ତୁରୀ ବଗର୍ତ୍ତୀଙ୍କ ଦୁଃଖ ସରିବ କେବେ?