କାଞ୍ଜିପାଣି ଘାଟିରେ ଜଳିଗଲା ବସ୍‌, ବର୍ତ୍ତିଗଲେ ୩୦ ଯାତ୍ରୀ

କାଞ୍ଜିପାଣି ଘାଟିରେ ଜଳିଗଲା ବସ୍‌, ବର୍ତ୍ତିଗଲେ ୩୦ ଯାତ୍ରୀ

ତେଲକୋଇ : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଘାଟିରେ ଶନିବାର ଭୋର ପ୍ରାୟ ୩ଟା ବେଳେ ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ଜଳି ଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ବସ୍‌ରେ ଥିବା ୩୦ଜଣ ଯାତ୍ରୀ ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦୁଝରରୁ ଭାୟା କାଞ୍ଜିପାଣି-ଜଗମୋହନପୁର-ପାଲଲହ ଦେଇ ପାଢ଼ୀ ନାମକ ଏକ ଘରୋଇ ବସ୍‌ (ଓଆର୍‌-୦୫-ଏଏନ୍‌-୧୬୦୭) ଗତକାଲି ରାତି‌ରେ ରାଉରକେଲାରୁ କେନ୍ଦୁଝର ଅଭିମୁଖେ ଆସୁଥିଲା। ଭୋର ପ୍ରାୟ ୩ଟା ବେଳେ ବସ୍‌ଟି କାଞ୍ଜିପାଣି ଘାଟି ଅତିକ୍ରମ କରୁଥିବା ବେଳେ ତାରିଣୀ ମନ୍ଦିର ନିକଟରେ ହଠାତ୍ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ବସ୍‌ରେ ସେତେବେଳେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ। ସମସ୍ତେ ଶୋଇ ପଡ଼ିଥିଲେ। ବସ୍‌ କର୍ମଚାରୀଙ୍କ ପାଟିଶୁଣି ଯାତ୍ରୀମାନେ ନିଦରୁ ଉଠିବା ସହ ସମ୍ମୁଖ ଭାଗ ଡୋର୍ ଦେଇ ତଳକୁ ଓହ୍ଲାଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe