ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ବସ୍‌ ଡ୍ରାଇଭର ଜେଲ୍‌ ଗଲା

Advertisment
ମହିଳାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା, ଅଭିଯୁକ୍ତ ବସ୍‌ ଡ୍ରାଇଭର ଜେଲ୍‌ ଗଲା

ସମ୍ବଲପୁର : କାମ ଅନ୍ବେଷଣରେ ତାମିଲନାଡୁ ବାହାରିଥିବା ଜଣେ ଆଦିବାସୀ ମହିଳାଙ୍କୁ ଅପହରଣ କରି ଧନୁପାଲି ଥାନା ନକ୍ସାପାଲି ଅଞ୍ଚଳରେ ଦୁଷ୍କର୍ମ କରିବା ଘଟଣାରେ ଗୁରୁବାର ଧନୁପାଲି ପୁଲିସ୍‌ ସିନ୍ଦୁରପଙ୍କ କେନାଲପଡ଼ାର ବସ୍‌ ଡ୍ରାଇଭର ଳକ୍ଷ୍ମଣ ବର୍ମା (୩୫)କୁ ଗିରଫ କରିଛି। ସକାଳେ ଉଭୟ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବା‌ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ସନ୍ଧ୍ୟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କର ୧୬୪ ବୟାନ ରେକର୍ଡ କରାଯାଇଛି। ସେପଟେ, ଦୁଷ୍କର୍ମ ପାଇଁ ମହିଳାଙ୍କୁ ନେବା ବେଳେ ଅଭିଯୁକ୍ତ ବ୍ୟବହାର କରିଥିବା ଏକ ବଜାଜ୍‌ ପ୍ଲାଟିନା (ଓଡି ୧୫ ଇ ୭୬୫୯)କୁ ପୁଲିସ୍‌ ଜବତ କରିଛି। ଏସମ୍ପର୍କରେ ଧନୁପାଲି ପୁଲିସ୍‌ କେସ୍‌ ନଂ ୧୭୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ତାରାବତୀ ପ୍ରଧାନ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଲକ୍ଷ୍ମଣ ବିରୋଧରେ ଭାରତୀୟ ଦଣ୍ଡବିଧି ଧାରା ୩୬୬, ୩୭୬, ୩(୧){ଡବ୍ଲ୍ୟୁ(ଆଇ)}, ୩(୨୦)(ଭିଏ) ଏସ୍‌ସି ଆଣ୍ଡ ଏସ୍‌ଟି(ପିଓଏ) ରୁଜୁ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe