ହାଇୱା ଧକ୍କାରେ ଓଲଟିଲା ବସ; ୨୦ ଯାତ୍ରୀ ଆହତ, ୪ ଗୁରୁତର

Advertisment
ହାଇୱା ଧକ୍କାରେ ଓଲଟିଲା ବସ; ୨୦ ଯାତ୍ରୀ ଆହତ, ୪ ଗୁରୁତର

ରାଉରକେଲା : ରାଉରକେଲାରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ଯାଉଥିବା ଯାତ୍ରୀବାହୀ ବସ ନିହାରିକା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଅପରାହ୍ନ ପ୍ରାୟ ଚାରିଟାରେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବରଘାଟ ନିକଟରେ ପଛରୁ ହାଇୱା ଧକା ଦେବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ବସ ବସିଥିବା ୪୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଛନ୍ତି। ଅନ୍ୟ ଚାରି ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଚାନ୍ଦିପୋଷ ପୁଲିସ ଦୁର୍ଘଟଣାଗ୍ରସ୍ତ ବସ ଓ ହାଇୱାକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe