ଦୁଇ ଗୁଣ ହେବ କଟକ-ଭୁବନେଶ୍ୱର ବସ୍‌ଭଡ଼ା!

Advertisment
ଦୁଇ ଗୁଣ ହେବ କଟକ-ଭୁବନେଶ୍ୱର ବସ୍‌ଭଡ଼ା!

କଟକ : ଦୁଇଗୁଣ ହେବ କଟକ-ଭୁବନେଶ୍ୱର ବସ୍‌ଭଡ଼ା। ୨୨ କିମି ରାସ୍ତା ପାଇଁ ଯାତ୍ରୀ ଗଣିବେ ୪୦ ଟଙ୍କା। ଡିଜେଲ ଦର ବୃଦ୍ଧି ପରେ ସମ୍ଭାବ୍ୟ ବସ୍‌ଭଡ଼ାକୁ ନେଇ ଏପରି ଆଶଙ୍କା ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ଡିଜେଲ ଦର ଲିଟର ପିଛା ୬ ଟଙ୍କାରୁ ଅଧିକ ହୋଇଛି । ଅଟୋମେସନ ସିଷ୍ଟମରେ ଗତ କିଛି ଦିନ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଥିବା ବେଳେ ଏବେ ଲିଟର ପିଛା ଦର ରହିଛି ୬୮ଟଙ୍କା ୧୪ ପଇସା। ଆଗକୁ ଏହି ଦର ମଧ୍ୟ ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ଡିଜେଲ ଦର ବୃଦ୍ଧିକୁ ବିଚାରକୁ ନେଲେ ବସ୍‌ଭଡା ମଧ୍ୟ ଖୁବ୍‌ଶୀଘ୍ର ବଢ଼ିବା ଆଶା କରାଯାଉଛି। ଅଟୋମେଟିକ ମେକାନିଜମ ସିଷ୍ଟମ ଅନୁଯାୟୀ ଡିଜେଲ ଦର ୨ ଟଙ୍କା ବଢିଲେ ସରକାର ନୂଆ ବସଭଡ଼ା ନିର୍ଦ୍ଧାରଣ କରିଥାନ୍ତି। କିନ୍ତୁ ଡିଜେଲ ଦର ପୂର୍ବାପେକ୍ଷା ୬ ଟଙ୍କା ଅଧିକ ହୋଇଥିବା ବେଳେ ବସଭଡ଼ା ଢେର ଅଧିକ ହେବା ଆଶଙ୍କା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe