ଖୁସି ଖବର: ଯାତ୍ରୀଙ୍କୁ ମିଳିଲା ଆଶ୍ବସ୍ତି, ଘରୋଇ ବସ୍‌ରେ କମିଲା ଭଡ଼ା

ଖୁସି ଖବର: ଯାତ୍ରୀଙ୍କୁ ମିଳିଲା ଆଶ୍ବସ୍ତି, ଘରୋଇ ବସ୍‌ରେ କମିଲା ଭଡ଼ା

ଭୁବନେଶ୍ବର: ଯାତାୟାତ ପାଇଁ ଘରୋଇ ବସ୍‌ ଉପରେ ନିର୍ଭର କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍‌ ଦର ହ୍ରାସ ପାଇବା ପରେ ଘରୋଇ ବସ୍‌ ମାଲିକ ମାନେ ଯାତ୍ରୀ ମାନଙ୍କ ଠାରୁ ବସ୍‌ ଭଡ଼ା ପୂର୍ବାପେକ୍ଷା କମ୍‌ ନେବାକୁ ସହମତି ଜଣାଇଛନ୍ତି। ଏଣିକି ଯାତ୍ରୀମାନଙ୍କୁ ଅର୍ଡିନାରି ଓ ଏକ୍ସପ୍ରେସ୍‌ ବସ୍‌ରେ କିଲୋମିଟର ପିଛା ୫ ପଇସା ଭଡ଼ା କମ୍‌ ଦେବାକୁ ପଡ଼ିବ। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ କିମି ପିଛା ୧୦ ପଇସା ହ୍ରାସ ପାଇଛି। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସଂପାଦକ ଦେଦେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ପୂର୍ବରୁ ଅର୍ଡିନାରି ବସ୍‌ରେ କିମି ପିଛା ଯାତ୍ରୀଙ୍କୁ ୯୨ ପଇସା ଦେବାକୁ ପଡୁଥିଲା। ନୂତନ  ଦର ଅନୁସାରେ କିମି ପିଛା ୮୭ ପଇସା ଦେବାକୁ ପଡ଼ିବ। ସେହିଭଳି ଏକ୍ସପ୍ରେସ୍‌ ବସ ଭଡା  କିମି ପିଛା ୯୬ ପଇସାରୁ ୯୧ ପଇସା କରି ଦିଆଯାଇଛି। ଡିଲକ୍ସ ବସ୍‌ ଭଡା ୧ଟଙ୍କା ୩୫ ପଇସାରୁ ୧ଟଙ୍କା ୨୫ ପଇସା କରି ଦିଆଯାଇଛି। ସେହିପରି ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୧ଟା ୬୩ ପଇସାରୁ ୧ଟଙ୍କା ୫୩ ପଇସା ହୋଇଛି।

ସୂଚନାଯୋଗ୍ୟ, ପେଟ୍ରୋଲ ଓ ଡିଜେଲ ଦର ହୁହୁ ବଢ଼ିବା ପରେ ଜନସାଧାରଣଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିଥିଲା। ବଦ୍ଧିର୍ତ ତେଲ ଦର ନେଇ ଦେଶର ଚାରିଆଡେ ବିରୋଧର ସ୍ବର ଉଠିଥିଲା। ଗତ ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ କରିଥିଲେ। ସେହିପରି ରାଜ୍ୟ ସରକାର ମଧ୍ୟ ନଭେମ୍ବର ୫ ତାରିଖ ମଧ୍ୟରାତ୍ରୀରୁ ୩ଟଙ୍କା ୧୦ ପଇସା କମ କରିଥିଲେ। ଫଳେ ଘରୋଇ ବସ୍‌ ମାଲିକ ସଂଘ ଯାତ୍ରୀମାନଙ୍କ ଠାରୁ ପୂର୍ବାପେକ୍ଷା ବସ୍‌ ଭଡ଼ା କମ୍‌ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe