ଚକା ବାହାରି ଯିବାରୁ ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଓଲଟି ପଡ଼ିଲା ବସ୍‌, ୧୫ରୁ ଊର୍ଧ୍ୱ ଯାତ୍ରୀ ଆହତ

Advertisment
ଚକା ବାହାରି ଯିବାରୁ ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଓଲଟି ପଡ଼ିଲା ବସ୍‌, ୧୫ରୁ ଊର୍ଧ୍ୱ ଯାତ୍ରୀ ଆହତ

ଆଠଗଡ଼: ଆଠଗଡ଼ ଗୁଣ୍ଡିଚାପୁର ଛକ ନିକଟରେ ସୋମବାର ଅପରାହ୍ନରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତାରୁ ୨୦ଫୁଟ ତଳକୁ ଓଲଟି ପଡ଼ିଛି। ଏହି ବସ୍‌ଟି କଟକରୁ ଆଠଗଡ଼ ଯାଉଥିବା ସୂଚନା ମିଳିଛି। ବସ୍‌ରେ ଥିବା ୩୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣ ଏଥିରେ ଆହତ ହୋଇଥିବା ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ, ମହାବୀର ନାମକ ଯାତ୍ରୀବାହୀ ବସଟି ଆଜି କଟକରୁ ଆଠଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ଗୁଣ୍ଡିଚାପୁର ଛକ ନିକଟରେ ହଠାତ ବସର ଆଗ ଚକା ବାହାରି ଯାଇଥିଲା। ଫଳରେ ଚାଳକ ବସ୍‌ ଉପରେ ଆଉ ନିୟନ୍ତ୍ରଣ ରକ୍ଷା କରି ପାରି ନ ଥିଲେ। ବସ୍‌ଟି ରାସ୍ତାରୁ ୨୦ଫୁଟ ତଳକୁ ଓଲଟି ପଡ଼ିଥିଲା। ବସ୍‌ଟି ଓଲଟି ପଡ଼ିବା ପରେ ଏଥିରେ ଥିବା ୩୦ଜଣ ଯାତ୍ରୀଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା । ସେମାନେ କାନ୍ଦବୋବାଳି ଆରମ୍ଭ କରିଥିଲେ।

publive-image

ଏହି ଦୁର୍ଘଟଣା ଦେଖି ସେହି ରାସ୍ତାରେ ଯାଉଥିବା ଅନ୍ୟ ଯାତ୍ରୀଙ୍କ ସହିତ ସ୍ଥାନୀୟଲୋକ ବି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ପ୍ରାଥମିକ ଚିକିତ୍ସା ପରେ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ତିନିଜଣଙ୍କ ଅବସ୍ଥା ଶୋଚନୀୟ ହେବାରୁ କଟକ ସ୍ଥାନାନ୍ତର କରି ଦିଆଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe