ରାସ୍ତା ତଳକୁ ଖସିଲା ବସ୍‌, ବର୍ତ୍ତିଲେ ପ୍ଲାଣ୍ଟ କର୍ମଚାରୀ

Advertisment
ରାସ୍ତା ତଳକୁ ଖସିଲା ବସ୍‌, ବର୍ତ୍ତିଲେ ପ୍ଲାଣ୍ଟ କର୍ମଚାରୀ

ବ୍ୟାସନଗର : ଯାଜପୁର ରୋଡ୍‌ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ କଳିଙ୍ଗନଗର ଶିଳ୍ପାଞ୍ଚଳ କାରଖାନାକୁ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍‌ କଙ୍କ୍ରିଟ୍ ରାସ୍ତା ତଳକୁ ଆଜି ଖସିପଡ଼ିଥିଲା। କୌଣସି ବଡ଼ଧରଣର ଅଘଟଣ ଘଟି ନଥିଲା ଏବଂ ବସ୍‌ରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି।

୨୦୧୫ ରୁ ଏହି ରାସ୍ତା ନିର୍ମାଣ ହୋଇଥିବାବେଳେ ତାହା ଅଣଓସାରିଆ ରହିଛି। ଉଭୟ ପାଖରେ ମୋରମ କି ମାଟି ପକାଯାଇ ନାହିଁ। ଖାଲରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ସଜାଗ ହେଉନାହାନ୍ତି। ଗୁରୁବାର ମଧ୍ୟାହ୍ନରେ ବସ୍‌ଟି (ଓଡି ୦୪ ଜେ ୪୯୮୦) କର୍ମଚାରୀମାନଙ୍କୁ ନେଇ କାରଖାନାକୁ ଯାଉଥିଲା। ଅନ୍ୟ ଏକ ଗାଡ଼ିକୁ ସାଇଡ୍‌ ଦେଉଥିବା ବେଳେ ରାସ୍ତା ତଳକୁ ଚକ ଖସି ଯାଇଥିଲା। ଅନ୍ୟ ଏକ ଗାଡ଼ିରେ କର୍ମଚାରୀମାନେ କାରଖାନାକୁ ଯାଇଥିଲେ। ତୁରନ୍ତ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ମୋରମ ପକାଇବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe