ବସ୍‌କୁ ପିଟିଲା ହାଇୱା, ୧୦ ଆହତ

ବସ୍‌କୁ ପିଟିଲା ହାଇୱା, ୧୦ ଆହତ

ଧର୍ମଶାଳା: ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ଛକରେ ଆଜି ରାତି ସାଢେ଼ ୯ଟାରେ ଏକ ଯାତ୍ରୀବାହୀ ବସ୍‌ ପାର୍ଶ୍ବରେ ଚିପ୍ସ ବୋଝେଇ ଗୋଟିଏ ହାଇୱା ପିଟି ହେବାରୁ ୧୦ ଜଣ ଆହତ ହୋଇଛନ୍ତି। ଚଣ୍ତିଖୋଲ ଦମକଳ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି।

ସେମାନଙ୍କ ମଧ୍ୟରୁ ଗୁରୁତର ବସ୍‌ କଣ୍ତକ୍ଟର ଓ ହାଇୱା ଡ୍ରାଇଭରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ସାରୋଇ ଛକର ପଶ୍ଚିମ ଦିଗରୁ ଆସୁଥିବା ଚିପ୍ସ ବୋଝେଇ ଓଭର ଲୋଡ୍ ହାଇୱା(ଓଡି-୦୧ୟୁ-୭୨୧୧) ଭାରସାମ୍ୟ ହରାଇ କୋଲକାତା ଯାଉଥିବା ପାଣି କୋଚ୍ ବସ୍‌(ଓଡି-୦୫ସି-୦୦୨୭) ସହିତ ପିଟି ହୋଇ ଯାଇଥିଲା। ଫଳରେ ବସ୍‌ ପାର୍ଶ୍ବରେ ଠିଆ ହୋଇଥିବା କଣ୍ତକ୍ଟର ଓ ହାଇୱା ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଅନ୍ୟ ୮ଜଣ ବସ୍‌ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe