ଭାରସାମ୍ୟ ହରାଇ ଓଲଟିଲା ବସ୍‌: ୧୫ ଯାତ୍ରୀ ଆହତ

Advertisment
ଭାରସାମ୍ୟ ହରାଇ ଓଲଟିଲା ବସ୍‌: ୧୫ ଯାତ୍ରୀ ଆହତ

ଚଣ୍ଡି‌ଖୋଲ : ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଗଣ୍ଠିଛକ ନିକଟରେ ଆଜି ବିଳମ୍ବିତ ରାତିରେ ଗୋଟିଏ ବସ୍‌ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ମୟୂରଭଞ୍ଜର ଯଶିପୁର ଯାଉଥିବା ଓଡି-୦୫ୟୁ-୨୧୭୪ ନମ୍ବର ‘ଜୟଦୁର୍ଗା’ ବସ୍‌ ଆଜି ରାତି ପ୍ରାୟ ସା‌ଢ଼େ ଦଶଟା ବେଳେ ଭାରସାମ୍ୟ ହରାଇ ବଡ଼ଚଣା ନିକଟସ୍ଥ ଗଣ୍ଠିଛକ ଗଳିପୋଲ ନିକଟରେ ଓଲଟି ପଡ଼ିଥିଲା। ବସ୍‌ଟି ରାସ୍ତାରୁ ପ୍ରାୟ ୨୦ ଫୁଟ୍‌ ତଳକୁ ଓଲଟି ପଡ଼ିଥିଲା। ଫଳରେ ୧୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ଅନ୍ୟଗାଡ଼ି ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। ବଡ଼ଚଣା ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କ୍ରେନ୍‌ ସହାୟତାରେ ଓଲଟି ପଡ଼ିଥିବା ବସ୍‌କୁ ରାସ୍ତାରୁ ହଟାଯାଇ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ବାଭାବିକ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe