ଓଲଟିଲା ବସ୍‌: ୨୦ ଆହତ

Advertisment

ଜାରକା ମୂଳାପାଳ ଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଏଥିରେ ୨୦ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି କଟକରୁ ବରୀ ଯାଉଥିଲା....

ଜାରକା ମୂଳାପାଳ ଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଏଥିରେ ୨୦ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ଟି କଟକରୁ ବରୀ ଯାଉଥିଲା....

Bus overturns: More than 20 injured

Bus overturns: More than 20 injured Photograph: (sambad.in)

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ ଯାଜପୁର ଜିଲ୍ଲା କୁଆଖିଆ ଥାନା ମୂଳାପାଳଛକ ନିକଟରେ କଟକରୁ ବରୀ ଆସୁଥିବା ସ୍ବସ୍ତିରଥ ବସ୍‌ (ଓଡି-୦୫ବିଏସ-୪୭୩୫) ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଛି। ରବିବାର ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, କୁଆଖିଆ ଓ ଧର୍ମଶାଳା ଥାନା ପୁଲିସ ଓ ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଧର୍ମଶାଳା ଓ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ଗୁରୁତର ଥିବା ୫ଜଣଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ଗୁରୁତର ଆହତମାନେ ହେଲେ ଶାନ୍ତିଲତା ସାମଲ, ମୀନାରାଣୀ ଦାସ, ନଟବର ଦାସ, ବିଦ୍ୟାଧର ବାରିକ ଓ ବାବନ ବେହେରା। ସମସ୍ତ ଗୁରୁତର ବରୀ ଅଞ୍ଚଳର ବୋଲି ଜଣାପଡ଼ିଛି।

ଯାଜପୁର ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ଶିବ ମଲ୍ଲିକ, କାର୍ତ୍ତିକ ମଲ୍ଲିକ, ସଂଜୟ ମଲ୍ଲିକଙ୍କୁ ମିଶାଇ ୩ଜଣ ଆହତକଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍‌ରେ ୪୫ରୁ ଊର୍ଦ୍ଧ୍ବ ଯାତ୍ରୀ ଥିବାବେଳେ ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ଦୁଇଜଣ ଶିଶୁ ଅଛନ୍ତି।

ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିବା ବେଳେ ଅନ୍ୟ ଏକ ଗାଡ଼ିକୁ ସାଇଡ୍‌ ଦେବାକୁ ଯାଇ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଖବରପାଇ ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, କଂଗ୍ରେସ ନେତା କିଶାନ ପଣ୍ତା ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ‌‌ଭେଟିବା ସହ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇଦେବାକୁ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେପଟେ ବସ୍‌ରେ ଥିବ‌ା ଅନ୍ୟ ଯାତ୍ରୀମାନେ ଅନ୍ୟ ଗାଡ଼ିରେ ଘରକୁ ଫେରିଥିବା ଦେଖାଯାଇଛି। ଯାଜପୁର ଏସଡିପିଓ ଲକ୍ଷ୍ମୀଧର ସେଠୀ, ପୁଲିସ ଅଧିକାରୀ ପୁଷ୍ପଲତା ସାହୁ, କୁଆଖିଆ ଥାନା ଅଧିକାରୀ ଚିନ୍ମୟୀ ସାହୁ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ କରିଥିଲେ।

 Jajpur | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe