କଟକ-ପୁରୀ ବାଇପାସ୍‌ ରାସ୍ତାରେ ବସ୍‌ ଓଲଟି ୧୮ ଆହତ

କଟକ-ପୁରୀ ବାଇପାସ୍‌ ରାସ୍ତାରେ ବସ୍‌ ଓଲଟି ୧୮ ଆହତ

ଭୁବନେଶ୍ୱର: ମଙ୍ଗଳବାର ପୂର୍ବାହ୍ନରେ କଟକ-ପୁରୀ ବାଇପାସ୍‌ ରାସ୍ତାର ଶିଶୁପାଳଗଡ଼ ମହୋତ୍ସବ ପଡ଼ିଆ ନିକଟରେ ଏକ ସିଟି ରାଇଡ୍‌ ବସ୍‌ ଓଲଟି ପଡ଼ିବାରୁ ସେଥିରେ ଥିବା ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଆହତମାନଙ୍କୁ ସ୍ଥାନୀୟ ବଡ଼ଦା’ ହସ୍‌ପିଟାଲ୍‌, ବିଏମ୍‌ସି ଏବଂ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ଶିଖରଚଣ୍ଡୀରୁ ୧୮ ଜଣ ଶ୍ରମିକ କାମ କରିବାକୁ ପିପିଲି ଯାଉଥିବା ବେଳେ ବସ୍‌ର ପଛ ଚକା ଫାଟିଯିବାରୁ ତାହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଆହତ ଶ୍ରମିକମାନଙ୍କୁ ୩ଟି ୧୦୮ ଆମ୍ବୁଲାନ୍‌ସ୍‌ ଓ ୩ଟି ପିସିଆର୍‌ ଭ୍ୟାନ୍‌ ଯୋଗେ ଡାକ୍ତରଖାନା ନିଆଯାଇଥିଲା।

ଦୁର୍ଘଟଣାରେ କେହି ଗୁରୁତର ଆହତ ହୋଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe